ମୁମ୍ବାଇ:ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେମିକ ନିକ୍‌ ଜୋନସଙ୍କ ସହ ଧୁମ୍‌ଧାମ୍‌ରେ ଯୋଧପୁରରେ ବିବାହ କରିଥିଲେ। ଏହି ବାହାଘର ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ରୀତିରେ ଆୟୋଜିତ ହୋଇଥିଲା। ପ୍ରିୟଙ୍କା ଓ ନିକ ଦିଲ୍ଲୀରେ ଏକ ରିସେପସନ୍‌ ପାର୍ଟି ଦେଇଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେଇଥିଲେ।

Advertisment

ବିବାହ ପରେ ନିକ୍‌ ଭାରତରେ ପ୍ରାୟ ୧୫ ଦିନ ଯାଏଁ ରହିଥିଲେ। ପ୍ରିୟଙ୍କା ଓ ନିକ୍‌ଙ୍କୁ ଈଶା ଅମ୍ବାନିଙ୍କ ପ୍ରି ଓ୍‌ଡିଂ ପାର୍ଟି ଓ ବିବାହ ଉତ୍ସବରେ ମଧ୍ୟ ଯୋଗଦେଇଥିବା ଦେଖିବାକୁ ମିଳିଥିଲା। ତା’ପରେ ଏହି ନବବିବାହିତ ଦମ୍ପତ୍ତି ଓମାନରେ ହନିମୁନ୍‌ ମନାଇଥିଲେ। ଏବେ ନିକ୍‌ ଜୋନ୍‌ସ ଆମେରିକା ଫେରିଯାଇଛନ୍ତି।

ନିକଟରେ ନିକ୍‌ଙ୍କର ଏକ ସାକ୍ଷାତକାର ସମସ୍ତଙ୍କ ସାମ୍ନାକୁ ଆସିଛି। ସେଥିରେ ସେ ସୂଚନା ଦେଇଛନ୍ତି ଯେ ଶୀଘ୍ର ପିତା ହେବେ। ଅନ୍ୟପଟେ ପ୍ରିୟଙ୍କାଙ୍କୁ ଶିଶୁମାନେ ବହୁତ ଭଲ ଲାଗନ୍ତି। ପ୍ରିୟଙ୍କା କିଛିଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଏକାଧିକ ପିଲାଙ୍କର ମାଆ ହେବାକୁ ଚାହାଁନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା-ନିକ୍‌ ଆଗାମୀ ଡିସେମ୍ବର ୧୯ ଓ ୨୦ ତାରିଖରେ ମୁମ୍ବାଇରେ ଦୁଇଟି ରିସେପସନ୍‌ ପାର୍ଟି ଦେବେ।