ନିକ୍‌ ଓ ପ୍ରିୟଙ୍କାଙ୍କ ବିବାହରେ ଖୁସି ନାହାନ୍ତି ଏହି କଣ୍ଠଶିଳ୍ପୀ

ମୁମ୍ବାଇ: ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସ ଓ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତେବେ ଶୁଣିବାକୁ ମିଳିଛି ଯେ ନିକ୍‌ଙ୍କ ଏହି ବିବାହରେ ଖୁସି ନାହାନ୍ତି ତାଙ୍କ ପ୍ରିୟ ବନ୍ଧୁ ତଥା ଆମେରିକୀୟ କଣ୍ଠଶିଳ୍ପୀ ଡେମି ଲୋବେଟୋ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଡେମି ହେଉଛନ୍ତି ନିକ୍‌ଙ୍କ ଭାଇ ଜୋ ଜୋନ୍ସଙ୍କ ପୂର୍ବତନ ପ୍ରେମିକା। ନିକ୍‌ଙ୍କ ଭାଇ ସହ ଡେମିଙ୍କ ବ୍ରେକ୍‌ ଅପ୍‌ ହେବା ପରେ ନିକ୍‌ଙ୍କ ସହ ତାଙ୍କର ଘନିଷ୍ଠତା ବେଶ ବଢ଼ି ଯାଇଥିଲା।

 

ଏପରିକି ଏକ ସାକ୍ଷାତ୍‌କାରରେ ଡେମି ନିଜେ କହିଥିଲେ କି କୌଣସି ବି ପରିସ୍ଥିତିରେ ନିକ୍‌ ତାଙ୍କ ସାଥ୍‌ ଛାଡ଼ିବେ ନାହିଁ। ଡେମିଙ୍କ ଏପରି ବୟାନ ଦୁହିଁଙ୍କ ଭିତରର ଘନିଷ୍ଠତାକୁ ଜଣାଇଥିଲା। ମାତ୍ର ନିକ୍‌ ଅଚାନକ ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ପ୍ରେମରେ ପଡ଼ିଗଲେ। ଏକଥା ଡେମିଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ। ଏପରିକି ପ୍ରିୟଙ୍କାଙ୍କୁ ବିବାହ ନକରିବା ପାଇଁ ଡେମି ତାଙ୍କୁ ପରାମର୍ଶ ବି ଦେଇଥିଲେ। ହେଲେ ନିକ୍‌ ତାଙ୍କ କଥା ନଶୁଣି ପ୍ରିୟଙ୍କାଙ୍କୁ ବିବାହ କରିବା ପରେ ଡେମି ନିକ୍‌ଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ଫଲୋ କରି ଦେଇ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର