ସ୍ୱାମୀ ନିକ୍‌ ପୂର୍ବ ପ୍ରେମିକା ସହ କଥା ହେଉଥିବା ଦେଖି ପ୍ରିୟଙ୍କା ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ : କିଛି ଦିନ ତଳେ ଭାରତ ଆସି ନିଜ ଭାଇଙ୍କ ନିର୍ବନ୍ଧରେ ଯୋଗ ଦେବା ସହ ଅମ୍ବାନୀ ବିବାହରେ ଯୋଗ ଦେଇ ଆମେରିକା ଫେରି ଯାଇଥିଲେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେଠାକୁ ଯିବା ପରେ ପ୍ରିୟଙ୍କାଙ୍କ ସ୍ୱାମୀ ନିକ୍‌ ତାଙ୍କୁ ଏକ ବିଳାସପୂର୍ଣ୍ଣ କାର୍‌ ଉପହାରରେ ଦେଇଥିଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ଦୁହିଁଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ନିକ୍‌ ନିଜ ପୂର୍ବ ପ୍ରେମିକାଙ୍କ ସହ କଥା ହେଉଥିବା ଦେଖି ପ୍ରିୟଙ୍କା ଯେଉଁଭଳି ଭାବରେ ନିଜର ପ୍ରତିକ୍ରିୟା ରଖିଥିଲେ, ତାହା ସମସ୍ତଙ୍କ ହୃଦୟ କିଣି ନେଇଛି ।

amarujala.com

ସୂଚନା ମୁତାବକ, ପ୍ରିୟଙ୍କାଙ୍କ ପୂର୍ବରୁ ନିକ୍‌ ହଲିଉଡ୍‌ ଅଭିନେତ୍ରୀ ମାଇଲି ସାଇରସ୍‌ଙ୍କୁ ଡେଟ୍‌ କରୁଥିଲେ । କିନ୍ତୁ ଦୁହେଁ ଅଲଗା ହେବା ପରେ ନିକ୍‌ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ଏବେ ମାଇଲି ନିଜର ଏକ ପୁରୁଣା ଫଟୋକୁ ଇନ୍‌ଷ୍ଟାରେ ନିକ୍‌ଙ୍କୁ ପଠାଇଥିଲେ । ଫଟୋରେ ମାଇଲି ଏବଂ ତାଙ୍କ ସାନ ଭଉଣୀ ନଜର ଆସୁଥିବା ଦେଖା ଯାଇଛି । ପୁରୁଣା ଫଟୋ ଦେଖିବା ପରେ ନିକ୍‌ ହଟ୍‌ ବୋଲି କହି ମାଇଲିଙ୍କୁ ମେସେଜ କରିଥିଲେ । ଯାହା ପରେ ମାଇଲି ନିକ୍‌ଙ୍କ ସହ କରିଥିବା ଚାଟ୍‌ର ସ୍କ୍ରିନ୍‌ସଟ୍‌ ନେଇ ନିଜ ଟାଇମ୍‌ଲାଇନ୍‌ରେ ସେୟାର କରିଥିଲେ । ମାଇଲି ସେୟାର କରିଥିବା ଫଟୋ ଦେଖି ପ୍ରିୟଙ୍କା, ହାହାହା…..ସ୍ୱାମୀ ଠିକ୍‌ କହିଛନ୍ତି । ଏ ଫଟୋଟି ସତରେ ହଟ୍‌ ବୋଲି ଲେଖିଥିଲେ । ପ୍ରିୟଙ୍କାଙ୍କ ଏଭଳି ଜବାବ ସମସ୍ତଙ୍କୁ ପସନ୍ଦ ଆସିବା ସହ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

amarujala.com
ସମ୍ବନ୍ଧିତ ଖବର