ନିଜ ବିବାହକୁ ନେଇ ଫିଲ୍ମ ତିଆରି କରିବେ ପ୍ରିୟଙ୍କା ଚୋପ୍ରା!

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୧୫ଦିନ ପର୍ଯ୍ୟନ୍ତ ଭାରତରେ ରହି ନିଜ ଫିଲ୍ମର ପ୍ରମୋସନ କରିଥିଲେ । ବିଭିନ୍ନ ରିୟାଲିଟି ସୋ’କୁ ଯାଇ ସେ ନିଜର ଆଗାମୀ ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କ୍‌ର ପ୍ରମୋସନ କରିବା ସହ ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ ଜଣାଇଥିଲେ । ଆସନ୍ତା ବର୍ଷ ସେ ଦୁଇଟି ଫିଲ୍ମର ସୁଟିଂ କରିବେ ବୋଲି ଜଣାଇଛନ୍ତି ।

navbharattimes.indiatimes.com

ତାଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ମୁଁ ୨ଟି ଇଂରାଜୀ ଫିଲ୍ମର ସୁଟିଂ ପୂରା କରି ସାରିଛି । ଆଗକୁ କେଉଁ ସବୁ ଫିଲ୍ମର ସୁଟିଂ ହେବ, ତାହା ସ୍ଥିର ହୋଇ ନାହିଁ । ଦୁଇଟି ଫିଲ୍ମର ପ୍ରଯୋଜନା ମୁଁ କରିବି, ଯାହାର କାହାଣୀ ଏବେ ଲେଖାଯାଉଛି । ଦୁଇଟି ଫିଲ୍ମ ମଧ୍ୟରୁ ଗୋଟେ ମୁଁ ମାଇଣ୍ଡି କଲିଙ୍ଗ୍‌ଙ୍କ ସହ ବନାଉଛି । ଏହା ଏକ କମେଡି ଫିଲ୍ମ ହୋଇଥିବା ବେଳେ ମୋର ଓ ନିକ୍‌ଙ୍କ ବିବାହ ଉପରେ ଏହା ଆଧାରିତ ହେବ । ଫିଲ୍ମର ସୁଟିଂ ବିଦେଶ ସହ ଦିଲ୍ଲୀରେ ମଧ୍ୟ ହେବ ।

ସମ୍ବନ୍ଧିତ ଖବର