ପ୍ରିୟଙ୍କା କହିଥିବା ଏହି ପୁରୁଣା କଥାକୁ ମନେ ପକାଇ ନିର୍ବନ୍ଧ ମୁଦି ବାଛିଥିଲେ ନିକ୍‌, ପରିବାରର ଏହି ଦୁଇ ସଦସ୍ୟ କରିଥିଲେ ସାହାଯ୍ୟ

ମୁମ୍ବାଇ : ବିବାହକୁ ପ୍ରାୟ ୪ମାସ ପୂରି ସାରିଥିବା ବେଳେ ନିକ୍‌ ତାଙ୍କର ପତ୍ନୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ କିପରି ନିର୍ବନ୍ଧର ମୁଦି ବାଛିଥିଲେ ତାହା ଜଣାଇଛନ୍ତି । ଏକ ରେଡିଓ ସୋ’ରେ ନିଜର ଦୁଇ ଭାଇଙ୍କ ସହ ଯୋଗ ଦେଇ ସେ ଏହାର ଖୁଲାସା କରିଥିଲେ ।

ଯେତେବେଳେ ମୁଁ ପ୍ରିୟଙ୍କାଙ୍କ ପାଇଁ ନିର୍ବନ୍ଧ ମୁଦି ଆଣିବା ପାଇଁ ଯାଇଥିଲି, ସେତେବେଳେ ମୁଦି ଟିଫ୍‌ନୀ କମ୍ପାନିର ହେବା ଦରକାର ବୋଲି ମୁଁ ଜାଣିଥିଲି । କାରଣ ଟିଫ୍‌ନୀ ସହିତ ପ୍ରିୟଙ୍କାଙ୍କ ବାପାଙ୍କ ସଂପର୍କ ଖୁବ୍‌ ପୁରୁଣା । ସେ ଟିଫ୍‌ନୀରୁ ହିଁ ଅଳଙ୍କାର କିଣୁଥିବାରୁ ମୁଁ ଟିଫ୍‌ନୀ କମ୍ପାନିର ମୁଦି ହିଁ କିଣିଥିଲେ । ଏହା ସହ ମୋତେ ମୁଦି ବାଛିବାରେ ମୋର ଦୁଇ ଭାଇ ଜୋ ଜୋନ୍‌ସ ଏବଂ କେଭିନ୍‌ ଜୋନ୍‌ସ ସାହାଯ୍ୟ କରିଥିଲେ ବୋଲି ସେ କହିଛନ୍ତି ।

ସୂଚନା ମୁତାବକ, ନିକ୍‌ ବିବାହ ପୂର୍ବରୁ ପ୍ରିୟଙ୍କାଙ୍କୁ ଗ୍ରୀସ୍‌ରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ପରେ ଦୁହେଁ ଧୀରେ ଧୀରେ ପରସ୍ପରର ନିକଟତର ହେବା ସହ ଦୁହିଁଙ୍କ ସଂପର୍କର ଖବର ଚର୍ଚ୍ଚାର ପରିସରକୁ ଆସିଥିଲା ।

ସମ୍ବନ୍ଧିତ ଖବର