ପୁରୁଣା ଟାଇଟଲରେ ଏ ବର୍ଷ କେବଳ ଗୋଟିଏ ଓଡ଼ିଆ ସିନେମା

ଭୁବନେଶ୍ୱର: ୨୦୧୭ରେ ଏଯାବତ୍‌ ୩୫ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇସାରିଲାଣି। ପ୍ରତି ବର୍ଷ ଏଭଳି କେତେକ ଓଡ଼ିଆ ଛବି ରିଲିଜ୍‌ ହୋଇଥାଏ ଯାହାର ଟାଇଟଲ ଥାଏ ଏକ ପୁରୁଣା ସିନେମାର ନାମ ସହ ସମାନ। ହେଲେ ଆପଣ ଜାଣନ୍ତିକି ଚଳିତ ବର୍ଷ ମାତ୍ର କେବଳ ଗୋଟିଏ ଓଡ଼ିଆ ସିନେମା କ୍ଷେତ୍ରରେ ତାହା ପରିଲକ୍ଷିତ ହୋଇଥିଲା। ଏହି ସିନେମା ହେଲା ‘ନିଝୁମ ରାତିର ସାଥୀ’।

ସତୁରି ଦଶକରେ ସମାନ ଟାଇଟଲ ଥିବା ଏକ ଓଡ଼ିଆ ଛବି ପରଦାକୁ ଆସିଥିଲା। ଏହି ନୂଆ ‘ନିଝୁମ ରାତିର ସାଥୀ’ର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ ଏବଂ ସନ୍ତୋଷ କୁମାର ସିଂହ। ଓଲିଉଡର ଅଲରାଉଣ୍ଡର ସଞ୍ଜୟ ନାୟକ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଜ୍ୟୋତି,ତମନ୍ନା,ଚନ୍ଦନ,ସୋନାଲୀଏବଂ ପ୍ରେମାଞ୍ଜନ ପରିଡ଼ା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।‘ନିଝୁମ ରାତିର ସାଥୀ’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ମଳୟ ମିଶ୍ର। ଏହା ବର୍ଷ ଆରମ୍ଭ ଅର୍ଥାତ୍‌ ଜାନୁଆରି ୧ତାରିଖରେ ମୁକ୍ତିଲାଭ କରିଥିଲା। ତେବେ ଏହାକୁ ଆଶାନୁରୂପ ବ୍ୟାବସାୟିକ ସଫଳତା ମିଳି ନଥିଲା।

ସମ୍ବନ୍ଧିତ ଖବର