ନୁସରତଙ୍କ ଶିଶୁକୁ ନେଇ ବଡ ବୟାନ ଦେଲେ ତଥାକଥିତ ସ୍ୱାମୀ ନିଖିଲ ଜୈନ

କୋଲକାତା: ଆଜି ଏକ ଶିଶୁପୁତ୍ରକୁ ଜନ୍ମଦେଇଛନ୍ତି ପଶ୍ଚିମବଙ୍ଗ ବସିରହାଟର ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁ | ଗତକାଲି ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଆଜି ସେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ବଙ୍ଗୀୟ ଅଭିନେତା ୟସ ଦାସଗୁପ୍ତା ନୁସରତଙ୍କୁ ଡାକ୍ତରଖାନାକୁ ନେଇଥିଲେ। ତେବେ ନୁସରତଙ୍କ ଶିଶୁପୁତ୍ରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବାବେଳେ ଉଭୟ ମା ଓ ଶିଶୁଙ୍କୁ ଶୁଭକାମନା ଜଣାଇଛନ୍ତି ତାଙ୍କ ତଥାକଥିତ ସ୍ୱାମୀ ନିଖିଲ ଜୈନ |

ନିଖିଲ କହିଛନ୍ତି ଯେ, ‘ନୁସରତଙ୍କ ସହ ମୋର ମତଭେଦ ମୋତେ ନବଜାତ ଶିଶୁକୁ ଶୁଭେଚ୍ଛା ଜଣାଇବାରେ ଅଟକାଇବ ନାହିଁ। ମୁଁ ତାଙ୍କୁ (ନୁସରତ ଜହାଁ) ଏବଂ ପିଲାଙ୍କ ସୁସ୍ଥ ଜୀବନ କାମନା କରୁଛି। ଶିଶୁର ଜୀବନରେ ସମୃଦ୍ଧି ହେଉ | ନିଖିଲ ଏହା ମଧ୍ୟ କହିଛନ୍ତି ଯେ ସେ ନୁସରତଙ୍କ ସହ କେବେ ଭାବନାତ୍ମକ ଢଙ୍ଗରେ ଯଦିଓ ଯୋଡି ହୋଇନାହାନ୍ତି କିନ୍ତୁ ପିଲାଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ସୂଚନା ଥାଉ କି ନୁସରତ ଜାହାନ୍‌ ୬ମାସର ଗର୍ଭବତୀ ଥିବା ବେଳେ ନିଖିଲଙ୍କ କହିଥିଲେ ଯେ, ‘ଗତ ବର୍ଷ ଡିସେମ୍ବର ୨୦୨୦ଠାରୁ ନୁସରତ ତାଙ୍କ ଘରୁ ବାହାରିଯାଇ ତାଙ୍କ ବାପା-ମାଙ୍କ ସହ ରହୁଛନ୍ତି।

ସେବେଠାରୁ ସେମାନେ ଥରେ ବି ସାକ୍ଷାତ କରିନାହାଁନ୍ତି | ତେବେ ଏହି ଶିଶୁ କିପରି ସେମାନଙ୍କର ହୋଇପାରିବ’? ଆଉ ନୁସରତ ସେତେବେଳେ କହିଥିଲେ ଯେ ତାଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ | ତୁର୍କୀର ବିବାହ ପଞ୍ଜୀକରଣ ଆଇନ ଅନୁଯାୟୀ ଏହି ବିବାହ ସମ୍ପୂର୍ଣ୍ଣ ଅବୈଧ ବୋଲି ନୁସରତ କହିଥିଲତ। ଦୁଇଟି ଭିନ୍ନ ଧର୍ମର ଲୋକଙ୍କ ବିବାହ ଥିଲା, ସେଥିପାଇଁ ଏହାକୁ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବାର ଥିଲା, ଯାହା କେବେ କରାଯାଇ ନଥିଲା। ତେଣୁ ଆଇନ ଅନୁଯାୟୀ ଏହି ବିବାହ ବେଆଇନ | ନୁସରତ କହିଛନ୍ତି ଯେ ଏହା ବିବାହ ନଥିଲା ବରଂ ଲିଭ ଇନ ରିଲେସନସିପ ଭଳି ଥିଲା |

ସମ୍ବନ୍ଧିତ ଖବର