ଆତ୍ମଜୀବନୀର ପ୍ରଚ୍ଛଦ ସେୟାର୍ କଲେ ନିନା

ବଲିଉଡ୍‌ ଅଭିନେତ୍ରୀ ନିନା ଗୁପ୍ତାଙ୍କ ଆତ୍ମଜୀବନୀ ପୁସ୍ତକର ପ୍ରଥମ ଝଲକ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ନିନା ବହିର ପ୍ରଚ୍ଛଦ ପୃଷ୍ଠାକୁ ସେୟାର୍‌ କରି ଲେଖିଛନ୍ତି ଯେ ବର୍ତ୍ତମାନ ମଣିଷ ସମାଜ ସବୁଠୁ ଦୁଃଖ ଓ କଷ୍ଟକର ସମୟ ଦେଇ ଗତି କରୁଛି। ତାହା ସେ ତାଙ୍କ ପୁସ୍ତକ ଆରମ୍ଭରୁ ଉଲ୍ଲେଖ କରିଛନ୍ତି। ଗତ ଲକ୍‌ଡାଉନ୍‌ ସମୟରେ ନିନା ଏହି ପୁସ୍ତକ ଲେଖିବା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ତାଙ୍କର ଏହି ଆତ୍ମଜୀବନୀର ନାଁ ସେ ‘ସଚ୍ଚ କହୁଁ ତୋ’ ରଖିଛନ୍ତି। ପୁସ୍ତକଟି ଆଗାମୀ ଜୁନ୍ ୧୪ରେ ବଜାରରେ ଉପଲବ୍ଧ ହେବ। ଉଭୟ ଅଫ୍‌ଲାଇନ୍ ଓ ଅନ୍‌ଲାଇନ୍‌ରେ ଏହି ବହି ଉପଲବ୍‌ଧ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର