ଇଶା ଅମ୍ବାନିଙ୍କ ନିର୍ବନ୍ଧ ସଂପନ୍ନ : ଶ୍ରୀଦେବୀଙ୍କ ଗୀତରେ ନାଚିଲେ ନୀତା

ନୂଆଦିଲ୍ଲୀ : ଗତକାଲି ଦେଶର ଜଣାଶୁଣା ଉଦ୍ୟେଗପତି ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନି ପିରାମଲ ଏଣ୍ଟରପ୍ରାଇସେସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦ ପିରାମଲଙ୍କ ସହ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛିା ରବିବାର ଆନନ୍ଦ ଇଶାଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ସୋମବାର ଦୁଇ ଜଣଙ୍କ ପରିବାରର ସହମତିରେ ନିର୍ବନ୍ଧ ସଂପନ୍ନ ହୋଇଥିବା ସୂଚନା ମିଳିଛି । ଗତକାଲି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ସଙ୍ଗୀତ ଥାଇ ମଧ୍ୟ ଅନେକ ବଲିଉଡ଼ କଳାକାର ଅମ୍ବାନି ପରିବାରର ଏହି ଖୁସିରେ ସାମିଲ ହୋଇଥିଲେ । ଶାହରୁଖ୍‌ ଖାନ୍‌, ସଲମାନ ଖାନ୍‌,କରଣ ଜୋହର,ରଣବୀର କପୁର, ଆମିର ଖାନ୍‌ ଏବଂ ସଚ୍ଚିନ୍‌ ତେନ୍ଦୁଲକର ଇତ୍ୟାଦିଙ୍କୁ ଦେଖିବାକୁ ମିଳିଥିଲା ।

The Indian Express

ଝିଅର ନିର୍ବନ୍ଧ ହେବା ଖୁସିରେ ନୀତା ଅମ୍ବାନିଙ୍କୁ ତାଙ୍କ ଝିଅ ସହ ନାଚୁଥିବାର ଦେଖିବାକୁ ମିଳିଥିଲା । ଶ୍ରୀଦେବୀଙ୍କ ଅଭିନୀତ ଏକ ଗୀତରେ ନୀତା ଅମ୍ବାନି ନାଚିଥିବା ବେଳେ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

 

ଏହା ସହ ନୀତା ଅମ୍ବାନି ତାଙ୍କ ଝିଅ ଇଶାଙ୍କ ସହ ମିଶି କ୍ୟାଟ୍ରିନାଙ୍କ ଫିଲ୍ମର ଗୀତ ‘ନଚ୍‌ ଦେ ନେ ସାରେ’ରେ ନାଚୁଥିବାର ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ଇଶା ଏବଂ ଆନନ୍ଦ ବହୁତ ପୂର୍ବରୁ ସାଙ୍ଗ ଥିଲେ । ରବିବାର ହଠାତ୍‌ ଆନନ୍ଦ ଇଶାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ଇଶା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ଏ ନେଇ ଆଗ ନିଜ ପରିବାର ଲୋକଙ୍କ ସହମତି ମାଗିବା ପରେ ଆନନ୍ଦଙ୍କୁ ପୂର୍ବରୁ ଜାଣିଥିବାରୁ ଅମ୍ବାନି ପରିବାର ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ସୋମବାର ନିର୍ବନ୍ଧ ହୋଇଥିବା ବେଳେ ଡ଼ିସେମ୍ବରରେ ସେମାନେ ବିବାହ କରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର