ମୁମ୍ବାଇ: ଚର୍ଚ୍ଚାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନି। । ଶୁକ୍ରବାର ରାତିରେ ନୀତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ର (ଏନ୍ଏମ୍ଏସିସି)ର ଉଦଘାଟନ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବଲିଉଡର ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ତାରକାଙ୍କ ଅନେକ ଭିଡିଓ ଭାଇରାଲ ହୋଇଥିବାବେଳେ ନୀତା ଅମ୍ବାନିଙ୍କ ପ୍ରଦର୍ଶନ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ସୂଚନା ମୁତାବକ, ଏନଏମଏସିସି ସେୟାର କରିଥିବା ଭିଡିଓରେ ନୀତା ଅମ୍ବାନି ମଞ୍ଚରେ ‘ରଘୁପତି ରାଘବ ରାଜାରାମ...’ ଗୀତରେ 'ଭରତନାଟ୍ୟମ୍' ନୃତ୍ୟ ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି । ନୀତା ଅମ୍ବାନି ୬ ବର୍ଷ ବୟସରୁ 'ଭରତନାଟ୍ୟମ୍' ଶିକ୍ଷା ଆରମ୍ଭ କରିଥିଲେ । ଉଦଘାଟନୀ ସମାରୋହ ପାଇଁ ସ୍ବତନ୍ତ୍ର ଭାବେ କୋରିଓଗ୍ରାଫ୍ ହୋଇଥିବା ‘ଦି ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍ ସିଭିଲାଇଜେସନ୍ ଟୁ ନେସନ୍’ରେ ତାଙ୍କର ଏହି ନୃତ୍ୟାଭିନୟ ବେଶ୍ ଆକର୍ଷଣୀୟ ହୋଇଛି । ନୀତଙ୍କ ପ୍ରଦର୍ଶନକୁ ନୀତୁ କପୁର ଏବଂ ଶ୍ରେୟା ଘୋଷାଲଙ୍କ ସମେତ ଅନେକ ପ୍ରସିଦ୍ଧ କଳାକାରଙ୍କ ପ୍ରଶଂସା ମିଳିଛି । ନିତୁ କପୁର ତାଙ୍କ ଇନଷ୍ଟାଗ୍ରାମରେ ନୀତା ଅମ୍ବାନିଙ୍କ ପ୍ରଦର୍ଶନର ଏକ ଭିଡିଓ ସେୟାର କରି ଲେଖିଛନ୍ତି, “ଅତି ସୁନ୍ଦର।”। ସେହିପରି ଏହି ଗୀତଟିକୁ ଗାଇଥିବା ଶ୍ରେୟା ସେଠାରେ ମତ ଦେଇଛନ୍ତି ‘‘କି ସୁନ୍ଦର ପ୍ରଦର୍ଶନ’’ ।
ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଜିଓ ୱାର୍ଲ୍ଡ ସେଣ୍ଟର୍ ମଧ୍ୟରେ ଏନ୍ଏମ୍ଏସିସି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି କେନ୍ଦ୍ରରେ ଏକ ଗ୍ରାଣ୍ଡ ଥିଏଟର ଅଛି, ଯେଉଁଥିରେ ୨୦୦୦ରୁ ଅଧିକ ଅତିଥି ବସିପାରିବେ। ଏହି କେନ୍ଦ୍ର ଶିଶୁ, ଛାତ୍ର, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ଦ୍ୱାରା ମାଗଣାରେ ବ୍ୟବହାର କରାଯାଇପାରିବ । ଶାହରୁଖ ଖାନଙ୍କ ଠାରୁ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରାଙ୍କଠାରୁ କରଣ ଜୋହରଙ୍କ ପର୍ଯ୍ୟନ୍ତ ନାମୀଦାମୀ କଳାକାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Nita-Ambani.png)