ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହିଁଙ୍କ ବିବାହ ଜୁଲାଇ ୧୨ତାରିଖରେ ହେବାକୁ ଥିବାରୁ ଅମ୍ବାନୀ ପରିବାର ଏହି ବିବାହ ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି।
ଅମ୍ବାନୀ ପରିବାରରେ ଉତ୍ସାହର ମହଲ ଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ଗତସୋମବାର ବାରାଣାସୀରେ ପହଞ୍ଚିଥିଲେ। ଏଠାରେ ସେ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଭାବି ବୋହୂ ରାଧିକାଙ୍କ ବିବାହ ପାଇଁ ବାବା ବିଶ୍ୱନାଥଙ୍କ ଚରଣରେ ନିମନ୍ତ୍ରଣ ଦେଇ ଯାଇଛନ୍ତି।
କାଶୀ ବିଶ୍ୱନାଥରେ ବାବାଙ୍କ ଦର୍ଶନ ପରେ ନୀତା ଅମ୍ବାନୀ କାଶୀସ୍ଥିତ ଏକ ଛୋଟ ରେସ୍ତୋରାଁରେ ପହଞ୍ଚି ବସି କାଶୀ ଚାଟ୍ ଚାଖିଥିଲେ। ନୀତାଙ୍କୁ ଏହି ଚାଟ ଏତେ ପସନ୍ଦ ଆସିଥିଲା କି ସେ କାରିଗରଙ୍କୁ ଏହାର ପ୍ରସ୍ତୁତି ପ୍ରାଣାଳୀ ପଚାରି ବୁଝିଥିଲେ। କାରିଗର ବି ନୀତାଙ୍କୁ ଗୋଟିଗୋଟି କରି ଚାଟର ପ୍ରସ୍ତୁତି ପ୍ରାଣାଳୀ ଜଣାଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓରେ ନୀତାଙ୍କ ଏହି ସାଧାରଣ ସ୍ବଭାବକୁ ଭୁରିଭୁରି ପସନ୍ଦ କରିଛନ୍ତି।
#WATCH | Varanasi, Uttar Pradesh: Founder and Chairperson of Reliance Foundation Nita Ambani visits a chaat shop and interacts with locals pic.twitter.com/1QIY4Ha0xs
— ANI (@ANI) June 24, 2024
ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଜୁଲାଇ ୧୨ ତାରିଖରେ ହେବାକୁ ଯାଉଥିବା ବେଳେ ସେମାନଙ୍କର ବିବାହ କାର୍ଯ୍ୟକ୍ରମ ତିନି ଦିନ ଧରି ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜନ କରାଯିବାକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରି ସାରିଛି।