ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ଆଉ ଦୁଇଦିନ ବାକି ଅଛି। ଅନନ୍ତଙ୍କ ବିବାହ ବ୍ୟବସାୟୀ ବିରେନ ମର୍ଚେଣ୍ଟଙ୍କ ଝିଅ ରାଧିକାଙ୍କ ସହିତ ହେବାକୁ ଯାଉଛି।

Advertisment

ବିବାହ ଉତ୍ସବ ମୁମ୍ବାଇରେ କିଛିଦିନ ହେବ ଆରମ୍ଭ ହୋଇଯାଇଛି। ନିକଟରେ ଅନନ୍ତଙ୍କ ବିବାହ ପାଇଁ ଏକ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅମ୍ବାନୀ ପରିବାର ସମସ୍ତ ସଦସ୍ୟ ନୃତ୍ୟ ପରିବେଶଣ କରିଥିଲେ। ଏଥିରେ ରାଧିକା ଖୁବ ସୁନ୍ଦର ନୃତ୍ୟ କରି ସମସ୍ତଙ୍କୁ ଖୁସି କରାଇ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଧିକାଙ୍କ ନୃତ୍ୟ ସହିତ ତାଙ୍କ ବେଶଭୁଷାକୁ ଲୋକେ ଖୁବ ପ୍ରଶଂସା କରିଥିଲେ। ନୃତ୍ୟ ସମୟରେ ରାଧିକା ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ସହିତ ଆକର୍ଷଣୀୟ ହାର ପିନ୍ଧିଥିଲେ। କୁହାଯାଉଛି ଏହି ହାର ରାଧିକାଙ୍କର ନୁହେଁ ତାହା ଥିଲା ଶାଶୁ ନୀତା ଅମ୍ବାନୀଙ୍କର। ଏଥିରେ ରୁବି ଓ ହୀରା ଖଞ୍ଜା ଯାଇଥିଲା। ଏହି ସେଟ ନୀତା ୨୦୨୮ରେ ଝିଅ ଇଶା ଅମ୍ବାନୀଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ପିନ୍ଧିଥିଲେ।

ଜୁଲାଇ ୧୨ ତାରିଖରେ ଅନନ୍ତ ଅମ୍ବାନୀ ରାଧିକା ମର୍ଚେଣ୍ଟଙ୍କ ବିବାହ କାର୍ଯ୍ୟକ୍ରମକୁ ନେଇ ସମସ୍ତ ପ୍ରସ୍ତୁତି ସାରିଛି। ବିବାହ ପାଇଁ ରୀତିନୀତି ଆରମ୍ଭ ହୋଇଯାଇଛି। ଜୁଲାଇ ୩ ତାରିଖରେ ପ୍ରଥମ ରୀତିନୀତି ଆରମ୍ଭ ହୋଇଥିଲା। ଯାହାକୁ ମାମେରୁ ରସମ କୁହାଯାଏ।