ମୁମ୍ବାଇ: ସାଉଥ ସୁପରଷ୍ଟାର ନିତ୍ୟା ମେନନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ସେ ତାଙ୍କ ପରିବାରର ଜଣେ ଘନିଷ୍ଠ ସଦସ୍ୟଙ୍କୁ ହରାଇଛନ୍ତି। ନିତ୍ୟାଙ୍କ ଆଈଙ୍କ ଦେହାନ୍ତ ହୋଇଥିବାର ଖବର ମିଳିଛି। ହଠାତ ନିଜ ଆଈଙ୍କୁ ହରାଇ ଏବେ ନିତ୍ୟା ଭାଙ୍ଗିପଡ଼ିଥିବା ଜଣାପଡ଼ିଛି। ନିତ୍ୟା ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ପୋଷ୍ଟ କରିଛନ୍ତି। ନିଜ ପୋଷ୍ଟ ଜରିଆରେ ସେ କହିଛନ୍ତି ଯେ ତାଙ୍କ ଆଈ ତାଙ୍କର ଅତି ନିକଟତର ଥିଲେ।

Advertisment

ନିତ୍ୟା ମେନେନ ଭଙ୍ଗା ହୃଦୟ ସହିତ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରିଛନ୍ତି। ସେ ତାଙ୍କ ଆଈଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି। ଫଟୋ ସେୟାର କରି ସେ ଲେଖିଛନ୍ତି, “ଏକ ଯୁଗର ଅବସାନ ଘଟିଛି। ବିଦାୟ ଅମ୍ମା ଏବଂ ମୋର ଚେରିମ୍ୟାନ୍। ଅନ୍ୟ ପାର୍ଶ୍ୱରେ ଦେଖା ହେବ। "ଏହି ଫଟୋରେ ଅଭିନେତ୍ରୀଙ୍କ ଆଈ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଛି। ନିତ୍ୟା ସେୟାର କରିଥିବା ଫଟୋଟି ତାଙ୍କ ପ୍ରଶଂସକଙ୍କ ହୃଦୟ ଛୁଇଁଥିବା ସହ ନିତ୍ୟାଙ୍କୁ ଧୈର୍ଯ୍ୟ ଧରିବାକୁ ସୋସିଆଲ ମିଡିଆରେ ଲୋକେ କହିବା ଆରମ୍ଭ କରିଛନ୍ତି।

View this post on Instagram

A post shared by Nithya Menen (@nithyamenen)

ତେବେ ଗତ ବର୍ଷ ନିତ୍ୟା ତାଙ୍କ ବିବାହ ଗୁଜବକୁ ନେଇ ଚର୍ଚ୍ଚାରେ ଥିଲେ। ଖବର ଆସିଥିଲା ​​ଯେ ସେ ଜଣେ ପ୍ରସିଦ୍ଧ ଦକ୍ଷିଣ ଅଭିନେତାଙ୍କୁ ଡେଟ୍ କରୁଛନ୍ତି ଏବଂ ସେ ଖୁବଶୀଘ୍ର ତାଙ୍କ ସହ ବିବାହ କରିବେ। ହେଲେ ପରେ ନିତ୍ୟା ମେନନ୍ ଏହାକୁ ଭିତ୍ତିହୀନ ବୋଲି କହିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ସେ ବର୍ତ୍ତମାନ ବିବାହ କରୁନାହାଁନ୍ତି।