ମୁମ୍ବାଇ: ବଲିଉଡ୍‌ର ବିଶିଷ୍ଟ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କୁ ଆଜି ସକାଳେ କର୍ଜତ ନିକଟ ଖାଲାପୁର ରାୟଗଡ଼ରେ ଥିବା ତାଙ୍କ ‘ଏନ୍‌.ଡି. ଷ୍ଟୁଡିଓ’ରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କର ହଠାତ୍ ଏଭଳି ମୃତ୍ୟୁ ହେବା ବଲିଉଡ ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା ଦେଇଥିବା ବେଳେ ଅଭିନେତା ଅକ୍ଷୟ କୁମାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ତାଙ୍କର ଆଗାମୀ ଫିଲ୍ମ 'ଓଏମଜି-୨'ର ଟ୍ରେଲର ରିଲିଜ୍ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ନିତିନଙ୍କ ମୃତ୍ୟୁ ଖବର ପାଇ ଅକ୍ଷୟ ଟ୍ରେଲର ରିଲିଜକୁ ଘୁଞ୍ଚାଇଛନ୍ତି।

Advertisment

ଅଭିନେତା ଟ୍ବିଟ କରି ଏହି ଖବର ନିଜ ପ୍ରଶଂସକଙ୍କୁ ଦେଇଥିବା ଦେଖାଯାଇଛି। ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ନିତିନ ଦେଶାଇଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ମୁଁ ଦୁଃଖିତ। ସେ ପ୍ରଡକ୍ସନ ଡିଜାଇନର ଜଣେ କିମ୍ବଦନ୍ତୀ ଏବଂ ଆମ ସିନେମା ଜଗତର ଏକ ବଡ଼ ଅଂଶ ଥିଲେ। ସେ ମୋର ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ଏହା ଏକ ବଡ କ୍ଷତି। ତାଙ୍କ ସମ୍ମାନାର୍ଥେ ଆମେ ଆଜି 'ଓଏମଜି-୨'ର ଟ୍ରେଲର ରିଲିଜ୍ କରୁନାହୁଁ। ଆସନ୍ତାକାଲି ସକାଳ ୧୧ଟାରେ ଆମେ ଏହାକୁ ରିଲିଜ୍ କରିବୁ। 'ଓମ୍ ଶାନ୍ତି'।