ମୁମ୍ବାଇ: ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଅଗଷ୍ଟ ୨ରେ ଏନଡି ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ଜୀବନ ହାରିବା ପଛର କାରଣ ଜାଣିବା ପାଇଁ ଏବେ ପୁଲିସ ବିଭିନ୍ନ ଦିଗରୁ ଏହି ଘଟଣାର ଅନୁସନ୍ଧାନ କରୁଛି। ମୃତ୍ୟୁ ପୂର୍ବରୁ ନିତିନ ରେକର୍ଡ କରିଥିବା ଅଡିଓ କ୍ଲିପକୁ ନେଇ ମଧ୍ୟ ପୁଲିସ ଯାଞ୍ଚ କରୁଥିବା ଜଣାଯାଇଛି। ଏମଧ୍ୟରେ ନିତିନଙ୍କ ପତ୍ନୀ ନେହା ଦେଶାଇଙ୍କ ଅଭିଯୋଗକ୍ରମେ ୫ଜଣକ ବିରୋଧରେ ପୁଲିସ ଏତଲା ରୁଜୁ କରିଥିବା ସାମ୍ନାକୁ ଆସିଛି।

Advertisment

ନେହା ପୁଲିସକୁ କହିଛନ୍ତି ଯେ ଇସିଏଲ ଫାଇନାନ୍ସ କମ୍ପାନି ଏବଂ ଏଡେଲବାଇସ୍ ଗ୍ରୁପର ଅଧିକାରୀମାନେ ଋଣ ପରିଶୋଧ ନେଇ ମାନସିକ ଚାପ ଦେଉଥିବାରୁ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ନେହାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଆଇପିସିର ଧାରା ୩୦୬ ଏବଂ ୩୪ ଅନୁଯାୟୀ ଇସିଏଲ ଫାଇନାନ୍ସ କମ୍ପାନି ଏବଂ ଏଡେଲବାଇସର ଅଧିକାରୀଙ୍କ ସମେତ ୫ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି। ଖାଲାପୁର ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ନିତିନ  ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’, ‘ଦେବଦାସ’, ‘ଯୋଦ୍ଧା ଆକ୍‌ବର୍‌’, ‘ପ୍ରେମ ରତନ ଧନ ପାଓ’ ଏବଂ ‘ଲଗାନ୍‌’ ଭଳି ବ୍ଲକ୍‌ବଷ୍ଟର୍‌ ସିନେମା ପାଇଁ ନୀତୀନ ଦେଶାଇ ବର୍ଣ୍ଣାଢ୍ୟ ସେଟ୍‌ ନିର୍ମାଣ କରି ସୁଖ୍ୟାତି ଅର୍ଜନ କରିଥିଲେ। କଳା ନିର୍ଦ୍ଦେଶକ ନିତିନ ଦେଶାଇ ଅଗଷ୍ଟ ୨ରେ ଏନଡି ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପରେ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାରୁ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।