ପାଟନା: ଥମୁନି ‘ପଦ୍ମାବତୀ’ ଝଡ଼। ଚଳଚ୍ଚିତ୍ରଟିକୁ ନେଇ ଗୋଟାଏ ପରେ ଗୋଟାଏ ରାଜ୍ୟରେ ଜାରି ହେଉଛି ନିଷେଧାଦେଶ। ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ରାଜ୍ୟରେ ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ରିଲିଜ୍ କରାଇ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଯେପର୍ଯ୍ୟନ୍ତ ଚଳଚ୍ଚିତ୍ରର ପଯୋଜକ ଏବଂ ନିର୍ଦ୍ଦେଶକ ଚଳଚ୍ଚିତ୍ରକୁ ନେଇ ସ୍ପଷ୍ଟୀକରଣ ପ୍ରଦାନ କରିନାହାନ୍ତି ସେ ପର୍ଯ୍ୟନ୍ତ ବିହାରରେ ‘ପଦ୍ମାବତୀ’ ରିଲିଜ୍ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ‘ପଦ୍ମାବତୀ’ ଚଳଚ୍ଚିତ୍ର ଐତିହ୍ୟ କ୍ଷୁର୍ଣ୍ଣ କରୁଛି ବୋଲି କର୍ଣ୍ଣି ସେନା ପକ୍ଷରୁ ଦାବି ଦେବା ପରେ ଚଳଚ୍ଚିତ୍ରକୁ ନେଇ ବିଭିନ୍ନ ମହଲରେ ବିରୋଧ ହୋଇଥିଲା। ଚଳଚ୍ଚିତ୍ରଟିୁକ ନିଜ ରାଜ୍ୟରେ ରିଲିଜ୍ କରାଇଦେବେ ନାହିଁ ବୋଲି ପୂର୍ବରୁ ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାର କହି ସାରିଛନ୍ତି। ଏହିସବୁ ରାଜ୍ୟଗୁଡ଼ିକରେ ‘ପଦ୍ମାବତୀ’ ଚଳଚ୍ଚିତ୍ର ଉପରେ ନିଷେଦ୍ଧାଦେଶ ଜାରି ହୋଇ ସାରିଛି। ଅନ୍ୟପକ୍ଷରେ ଚଳଚ୍ଚିତ୍ରଟିକୁ ସଂପୂର୍ଣ୍ଣ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଚଳଚ୍ଚିତ୍ରଟିକୁ ତାଙ୍କ ରାଜ୍ୟରେ ସେ ସସମ୍ମାନେ ମୁକ୍ତିଲାଭ କରାଇବାକୁ ଦେବେ ବୋଲି ନିକଟରେ ଏକ ପବ୍ଲିକ୍ ରାଲିରେ ମତ ରଖିଛନ୍ତି।