ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଚାରି ମାସ ବିତିଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ଲଗାତର ପୋଷ୍ଟ ସେୟାର କରି ସୁଶାନ୍ତଙ୍କୁ ସବୁବେଳେ ମନେପକାଉଛନ୍ତି। ଏହି କ୍ରମରେ ସୁଶାନ୍ତଙ୍କୁ ନେଇ ଏକ ଭିଡିଓ ସେୟାର କରାଯାଇଥିଲା। ଯାହାକୁ ଦେଖି ଅଙ୍କିତା ଲୋଖଣ୍ଡେ ଖପ୍ପା ହୋଇଯାଇଛନ୍ତି।
ଏହାରି ଭିତରେ ଜଣେ ଫ୍ୟାନ୍ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରର ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଅନେକ ଲୋକଙ୍କୁ ଟ୍ୟାଗ୍ ବି କରିଥିଲେ। ଭିଡିଓଟି ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଥିଲେ, ମୁଁ ଏହି ଭିଡିଓ ସେୟାର କରିବାକୁ ଚାହୁଁ ନ ଥିଲି। ହେଲେ ଭିଡିଓଟି ଏଥିପାଇଁ ସେୟାର କରୁଛି ଯେ, ଯେତେବେଳେ କାହାକୁ ବଲିଉଡ୍ ଫିଲ୍ମ ଦେଖିବାକୁ ଇଚ୍ଛା ହେବ, ସେତେବେଳେ ସେ ଏହି ଭିଡିଓ ଥରେ ନିଶ୍ଚୟ ଦେଖିନେବେ। ଏଭଳି କ୍ୟାପସନ ଲେଖି ଫ୍ୟାନ୍ ଜଣକ ହ୍ୟାସ୍ ଟ୍ୟାଗ୍ ଦେଇ ଜଷ୍ଟିସ୍ ଫର୍ ସୁଶାନ୍ତ ବୋଲି ମଧ୍ୟ ଲେଖିଛନ୍ତି।
What’s wrong with u .stop posting such videos they are very disturbing for all of us .its a request to remove this video rite now .. we know u love him but this isn’t the way to show ur support or love to him 🙏🏻remove this video rite now !! https://t.co/1BjVy9SCDe
— Ankita lokhande (@anky1912) September 29, 2020
ଏହି ଭିଡିଓକୁ ଦେଖି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଖପ୍ପା ହେବା ସହିତ ଲେଖିଛନ୍ତି, ଆପଣଙ୍କ ଅସୁବିଧା କ’ଣ। ଏଭଳି ଭିଡିଓ ସେୟାର କରିବା ବନ୍ଦ କରନ୍ତୁ। ଏହା ଅତ୍ୟନ୍ତ କଷ୍ଟଦାୟକ। ଆପଣଙ୍କୁ ଅନୁରୋଧ କରୁଛି ତୁରନ୍ତ ଏହି ଭିଡିଓ ଡିଲ୍ଟ କରିଦିଅନ୍ତୁ। ଆମେ ଜାଣିଛୁ ଯେ ଆପଣମାନେ ସୁଶାନ୍ତଙ୍କୁ ବହୁତ ଭଲପାଆନ୍ତି। ହେଲେ ସମର୍ଥନ କରିବାର ଏଭଳି ଶୈଳୀ ଅନେକଙ୍କୁ କଷ୍ଟ ପହଁଞ୍ଚାବାି ଠିକ୍ ନୁହେଁ।
ଅଙ୍କିତାଙ୍କ ଏଭଳି ପ୍ରତିକ୍ରିୟା ପରେ ଫ୍ୟାନ ଜଣକ ସୋସିଆଲ ମିଡିଆରୁ ଭିଡିଓଟିକୁ ହଟାଇ ଦେଇଛନ୍ତି।