ଫିଲ୍ମ ରିଲିଜ୍‌ ନ ହେବା ପୂର୍ବରୁ କୌଣସି ପ୍ରଡ଼କ୍ଟର ବ୍ରାଣ୍ଡ ଆମ୍ବାସାଡ଼ର ହେବା ଏହି ନବାଗତାକୁ ମନା

ମୁମ୍ବାଇ : କିଛି ଦିନ ହେବ ଷ୍ଟାର୍‌ କିଡ଼୍‍ ସାରା ଅଲ୍ଲୀ ଖାନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ରିଲିଜ୍‌ ପୂର୍ବରୁ ସେ କୌଣସି ପ୍ରଡ଼କ୍ଟ ପାଇଁ ବ୍ରାଣ୍ଡଆମ୍ବାସାଡ଼ର ହେବା ପାଇଁ ମନା କରି ଦେଇଥିବା ଜଣା ପଡ଼ିଛି । କିଛି କମ୍ପାନି ନିଜ ପ୍ରଡ଼କ୍ଟ ପାଇଁ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ନେବା ପାଇଁ ଚାହୁଁଥିଲେ ମଧ୍ୟ ସାରା ତାଙ୍କୁ ରୋକ୍‌ ଠୋକ୍‌ ମନା କରି ଦେଇଛନ୍ତି ।

NDTV.com

ଏ ପରି କରିବା ପାଇଁ ତାଙ୍କୁ ତାଙ୍କ ମା’ଅମ୍ରିତା ସିଂ ଏବଂ ନିର୍ଦ୍ଦେଶକ କରଣ ଜୋହର ଉଦଦେଶ ଦେଇଥିବା ଜଣା ପଡ଼ିଛି । ଦୁଇ ଜଣଙ୍କ ଉପଦେଶ ମାନି ସେ ଇଚ୍ଛା ଥାଇ ମଧ୍ୟ କଣ୍ଟ୍ରାକ୍ଟ ସାଇନ୍‌ କରି ନଥିବା ଜଣା ପଡ଼ିଛି । ବଲିଉଡ଼ରେ ସାରାଙ୍କ ପ୍ରଥମେ ଫିଲ୍ମ କେଦାରନାଥର ସୁଟିଂ ଚାଲୁ ରହିଥିବା ବେଳେ ସେ ରୋହିତ୍‌ ସେଟ୍ଟିଙ୍କ ଫିଲ୍ମ ସିମ୍ବାରେ ରଣବିର ସିଂଙ୍କ ବିପକ୍ଷରେ ନଜର ଆସିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର