ରାଜୁ ଶ୍ରୀବାସ୍ତଙ୍କ ପାଇଁ ପ୍ରାର୍ଥନା କରିବାକୁ ଗୁରୁଦ୍ବାର ଯାଉଛନ୍ତି ପରିବାର ଲୋକ

ମୁମ୍ବାଇ: ରାଜୁ ଶ୍ରୀବାସ୍ତବଙ୍କ ପାଇଁ ତାଙ୍କ ପ୍ରଶଂସକ ପ୍ରାର୍ଥନା କରିବା ଜାରି ରଖିଛନ୍ତି। ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ଆଜି ୪ର୍ଥ ଦିନରେ ବି ରାଜୁ ଶ୍ରବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିନାହିଁ। ତାଙ୍କ ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। କୌଣସି ସୁଧାର ଆସିନାହିଁ କି ବେଶି ବିଗିଡ଼ି ନାହିଁ ବୋଲି।

ତାଙ୍କ ସୁସ୍ଥତା କାମନା କରି ପରିବାର ‌ଲୋକ ଦିଲ୍ଲୀର ଗୁରୁଦ୍ବ‌ାରକୁ ଯାଉଛନ୍ତି ତାଙ୍କ ପାଇଁ ପ୍ରାର୍ଥନା କରିବାକୁ। ରାଜୁ ଶ୍ରୀବାସ୍ତବଙ୍କ ସଂପୂର୍ଣ୍ଣ ପରିବାର ଦିଲ୍ଲୀର ଏମ୍ସରେ ରହିଛନ୍ତିି ବୋଲି ତାଙ୍କର ଜଣେ ସଂପର୍କୀୟ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯେପରି ଥିଲା ଏବେ ବି ସେହିପରି ରହିଛି ବୋଲି ରିପୋର୍ଟରୁ ପ୍ରକାଶ। ମାତ୍ର ଗତକାଲି ତାଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିବା କଥା ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଥି‌ଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ରାଜୁ ଶ୍ରୀବାସ୍ତବଙ୍କ ଛୋଟ ଭାଇ କାଜୁ ବି ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅଛନ୍ତି।

ରାଜୁଙ୍କ ମ୍ୟାନେଜର ଦେଇଥିବା ସୂଚନା ଅନୁଯାୟୀ ତାଙ୍କ ମସ୍ତିଷ୍କ କାମ କରୁନାହିଁ। ଡାକ୍ତରମାନେ ସେମାନଙ୍କୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରିବାକୁ ମ୍ୟାନେଜର ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି।

ଉତ୍ତର ପ୍ରଦେଶର କାନପୁରରେ ଜନ୍ମିତ ରାଜୁ ସିନେମା ଓ ମନୋରଞ୍ଜନ ଦୁନିଆରେ ଗତ ୮୦ ଦଶକରୁ ସକ୍ରିୟ ଅଛନ୍ତି। କିନ୍ତୁ ୨୦୦୫ରେ ସେ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର ଚ୍ୟାଲେଞ୍ଜର ପ୍ରଥମ ସଂସ୍କରଣରେ ଭାଗନେବା ପରେ ଲୋକପ୍ରିୟ ହୋଇଥିଲେ। ‌

ସମ୍ବନ୍ଧିତ ଖବର