ମଣିକର୍ଣ୍ଣିକାକୁ ବା ମୋତେ ନ୍ୟାସ୍‌ନାଲ ଆଓ୍ଵାର୍ଡ ନ ମିଳିଲେ ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବ: କଙ୍ଗନା ରାଣାଓ୍ଵତ୍‌

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନିଜ ଫିଲ୍ମ ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ ପାଇଁ ଖୁବ୍‌ ଚର୍ଚ୍ଚିତ ହୋଇଥିଲେ । ଫିଲ୍ମରେ ସେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିବା ବେଳେ ତାଙ୍କ ପରିଶ୍ରମକୁ ଦର୍ଶକ ପ୍ରଶଂସା କରିଥିଲେ । ଫିଲ୍ମଟି ରିଲିଜ୍‌ ହେବା ପରେ ପରେ ବିବାଦରେ ରହିଥିବା ବେଳେ ଏବେ ନ୍ୟାସ୍‌ନାଲ ଆଓ୍ଵାର୍ଡକୁ ନେଇ କଙ୍ଗନା ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ଚର୍ଚ୍ଚାର ବିଷୟ ପାଲଟିଛି । ମାର୍ଚ୍ଚ ୨୩ରେ କଙ୍ଗନା ନିଜର ୩୨ତମ ଜନ୍ମଦିନ ପାଳନ କରିଥିବା ବେଳେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ।

Hindustan Times

ଫିଲ୍ମ ମଣିକର୍ଣ୍ଣିକାକୁ ନ୍ୟାସ୍‌ନାଲ ଆଓ୍ଵାର୍ଡ ମିଳିବା ନେଇ ସେ ଆଶା କରୁଛନ୍ତି କି ବୋଲି ପ୍ରଶ୍ନ କରାଯିବା ପରେ, “ମୋତେ ଲାଗୁଛି କି, କିଛି ଜିନିଷ ଏମିତି ଅଛି, ଯାହାକୁ ସମ୍ମାନ ଦେବା ନିହାତି ଆବଶ୍ୟକ । ଯଦି ସେହି ଜିନିଷକୁ ସମ୍ମାନ ଦିଆଯାଉ ନାହିଁ, ତେବେ ସଂସ୍ଥାର ବିଶ୍ୱସନୀୟତା ଉପରକୁ ପ୍ରଶ୍ନ ଆସି ଯାଇଥାଏ । ଯଦି ମୋତେ ଏବଂ ମୋ ଫିଲ୍ମକୁ ନ୍ୟାସ୍‌ନାଲ ଆଓ୍ଵାର୍ଡ ମିଳୁ ନାହିଁ, ତେବେ ତାହା ଆଓ୍ଵାର୍ଡ ସୋ’ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବ । କିନ୍ତୁ ଯଦି ମୋ ଫିଲ୍ମଠାରୁ ଅନ୍ୟ କିଛି ଭଲ ପ୍ରଦର୍ଶନ କଲା ଭଳି ଫିଲ୍ମ ସାମ୍ନାକୁ ଆସେ,ତେବେ ମୁଁ ସେ ଫିଲ୍ମର ପ୍ରଂଶସା ନିଶ୍ଚୟ କରିବି” ବୋଲି କହିଥିଲେ କଙ୍ଗନା ।

ସମ୍ବନ୍ଧିତ ଖବର