ସୁଶାନ୍ତଙ୍କ ମୃତ୍ୟୁରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ। କିନ୍ତୁ ଅନ୍ୟ କେହି ବି ଦୁଃଖିତ ଥିଲା ଭଳି କାହିଁ ମୋ ମନେ ହେଉନାହିଁ। ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି, ଅଭିନେତା ମନୋଜ ବାଜପେୟୀ। ସେ କହିଛନ୍ତି, ସମସ୍ତେ ସୁଶାନ୍ତଙ୍କ ମୃତ୍ୟୁ କଥା ଭୁଲିଗଲେଣି। କେବଳ ଏବେ ଟିଆର୍ପି ପ୍ରତିଯୋଗିତା ଚାଲିଛି। ଏଠି ଯିଏ ଯାହାର ଆଗ୍ରହ ଓ ଲକ୍ଷ୍ୟକୁ ନେଇ ଭାଷଣବାଜି କରିଚାଲିଛନ୍ତି। ପ୍ରତିଦିନ ବିଷୟବସ୍ତୁ ବି ପରିବର୍ତ୍ତନ ହେଉଛି। କିନ୍ତୁ ସୁଶାନ୍ତ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ, ତାହା ଜାଣିବାକୁ ଚେଷ୍ଟା କରିବା କାହାର ବି ନଜରରେ ନାହିଁ। ସେ ଆହୁରି କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ମୁଁ ଲଗାତାର ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ଚାଲିଥିବା ପ୍ରତିଟି ଘଟଣାବଳୀର ଖବର ରଖୁଛି। ଏସବୁରୁ ଜାଣିବାକୁ ମିଳୁଛି ଯେ ଆମେ ସୁଶାନ୍ତଙ୍କୁ ବହୁ ପଛରେ ଛାଡ଼ିଦେଲେଣି। କିନ୍ତୁ ମୁଁ ଏଯାଏ ବି ବିଶ୍ବାସ କରିପାରୁନି ଯେ ସୁଶାନ୍ତ ଆଉ ଆମ ଗହଣରେ ନାହାନ୍ତି।
ସୁଶାନ୍ତଙ୍କ ମୃତ୍ୟୁରେ କେହି ଦୁଃଖିତ ଭଳି ମନେହେଉନି: ମନୋଜ
/sambad/media/post_attachments/wp-content/uploads/2020/09/manojbajpayeesushantsinghrajput2-1594195133.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)