ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଏନସିବି ଯାଞ୍ଚ କରୁଛି। ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ କାରବାରରେ ସଂଶ୍ଲିଷ୍ଟ ଅଭିଯୋଗରେ ଗିରଫ କରାଯାଇ ସାରିଥିବା ବେଳେ ଏବେ ଆହୁରି ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ସେ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଆସନ୍ତାକାଲି ତାଙ୍କୁ ଜେରା କରାଯିବ, ଏ ନେଇ ଏନସିବି ପକ୍ଷରୁ ସମନ ପଠାଇ ଦିଆଯାଇଛି। ତେବେ ଜେରା ସମୟରେ ଅଭିନେତା ରଣବୀର ସିଂହ ମଧ୍ୟ ପତ୍ନୀ ଦୀପିକାଙ୍କ ସହ ରହିବେ ବୋଲି ଏନସିବିକୁ ଅନୁରୋଧ କରିଥିବା ଖବର ସାମ୍ନାକୁ ଆସିଥିଲା। ମାତ୍ର ଏନ୍ସିବି ସ୍ପଷ୍ଟ କରିଛି ଯେ ରଣବୀର ଏପରି କିଛି ଅନୁରୋଧ କରିନାହାନ୍ତି।
/sambad/media/post_attachments/wp-content/uploads/2020/09/download-1-11-300x168.jpg)
ଶୁକ୍ରବାର ଏକ ଖବର ପ୍ରକାଶ ପାଇଥିଲା ଅଭିନେତା ସ୍ବାମୀ ରଣବୀର ତାଙ୍କ ପତ୍ନୀ ଦୀପିକାଙ୍କର ‘ଡିପ୍ରେସନ୍’ବିଶାଦ ରୋଗ ରହିଥିବା ହେତୁ ଜେରା ସମୟରେ ତାଙ୍କ ସହ ଉପସ୍ଥିତ ରହିବାକୁ ଏନ୍ସିବିକୁ ଅନୁରୋଧ କରିଥିଲେ। ମାତ୍ର ଏନ୍ସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସେପରି କିଛି ଅନୁରୋଧ ହୋଇନାହିଁ। ଏନସିବି ନିକଟକୁ ଦୀପିକାଙ୍କ ନିକଟରୁ ଗୋଟାଏ ମାତ୍ର ମେଲ୍ ଆସିଛି। ସେଥିରେ ସେ ତଦନ୍ତରେ ସହଯୋଗ କରିବାକୁ ଉପସ୍ଥିତ ହେବେ ବୋଲି ସୂଚୀତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ବେଆଇନ୍ ଡ୍ରଗ୍ସ କାରବାର ମାମଲାର ତଦନ୍ତ କରି ଏନ୍ସିବି ଅଭିନେତ୍ରୀ ଦୀପିକାଙ୍କୁ ସମନ ଜାରି କରିଥିଲା। ଏନ୍ସିବିର ଜେରାକୁ ସାମ୍ନା କରିବାକୁ ଦୀପିକା ସ୍ବାମୀ ରଣବୀରଙ୍କ ସହ ଗତକାଲି ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।