ଭୁବନେଶ୍ବର: ୨୦୧୮ରେ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦେଶିତ ଫିଲ୍ମ ‘ଯୋଗୀ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ନାୟକ ଆର୍ଯ୍ୟନ୍ ଦାଶ କୁମାର। ଏଥିରେ ନିକିତା ଥିଲେ ତାଙ୍କର ନାୟିକା। ଏହାପରେ ଆର୍ଯ୍ୟନଙ୍କୁ ଅନ୍ୟ କୌଣସି ସିନେମାରେ ଏଯାଏଁ ଦେଖିବାକୁ ମିଳି ନାହିଁ। ଅର୍ଥାତ୍ ଦୁଇ ବର୍ଷ ହେଲା ଏହି ନାୟକଙ୍କୁ ଦ୍ବିତୀୟ ଥର ଲାଗି ବଡ଼ ପରଦାରେ ଦେଖିବାକୁ ପାଇନାହାନ୍ତି ଦର୍ଶକ।

Advertisment

publive-image
ଏଣେ ତାଙ୍କର ଗୋଟିଏ ସିନେମା ବହୁ ଦିନ ହେବ ଅଧାରେ ଅଟକି ରହିଛି। ଏହା କେବେ ରିଲିଜ୍ ହେବ ତାହା ସ୍ପଷ୍ଟ ହୋଇପାରୁନାହିଁ। ଏହି ଓଡ଼ିଆ ସିନେମାଟି ହେଲା ସନ୍ମ୍ୟୁଜିକ୍ ନିବେଦିତ ତଥା ବିଗ୍ ଗାଏ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ‘ଯୋଉଠି ଥିଲେ ବି ତୁ ମୋର ’। ଏଥିରେ ନାୟକ ଭାବେ ନଜର ଆସିବେ ଆର୍ଯ୍ୟନ୍ ଦାଶ କୁମାର। ତାଙ୍କ ବ୍ୟତୀତ ସମ୍ବିତ୍ ,ରୀୟା ବବି ମିଶ୍ର, ପୁପିନ୍ଦର, ମେଘନା ମିଶ୍ର ପ୍ରମୁଖଙ୍କୁ ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଆର୍ଯ୍ୟନଙ୍କ ଚରିତ୍ରର ନାଆଁ ରହିଛି ଆକାଶ ।
ସେ ଏହା ଅବଶ୍ୟ ଭିନ୍ନ କଥା ଯେ ଆର୍ଯ୍ୟନଙ୍କର ଏକ ଯେଉଁ ୱେବ୍ ସିରିଜରେ ରିଲିଜ୍ ହୋଇଛି, ଯାହାର ଟାଇଟଲ୍ ହେଲା ‘ଚୁମ୍ବକ’। ଏଥିରେ ଆର୍ଯ୍ୟନଙ୍କ ସହ ସାନୁ, ତମନ୍ନା ଏବଂ ଦିବ୍ୟାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ‘ଚୁମ୍ବକ’ର ନିର୍ଦେଶକ ହେଲେ ସୁଶାନ୍ତ ମଣି।
ନାୟକ ଆର୍ଯ୍ୟନ୍ ଦାଶ କୁମାର ମୁମ୍ବାଇରେ ରହୁଛନ୍ତି। ତେବେ ସେ ଯାହା ହେଉନା କାହିଁକି କେବେ ପୁଣି ବଡ଼ ପରଦାକୁ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଛି।