ଏପ୍ରିଲ ୨୯ରେ କୌଣସି ଫିଲ୍ମର ସ୍କ୍ରିନିଙ୍ଗ୍ କରାଯିବ ନାହିଁ, ବନ୍ଦ ରହିବ ଥିଏଟର
ମୁମ୍ବାଇ : ଭାରତରେ ଏବେ ଲୋକସଭା ନିର୍ବାଚନକୁ ନେଇ ମାହୋଲ ଗରମ ଥିବା ବେଳେ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିଲାଗି ଶନିବାର ସଂନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ମୁମ୍ବାଇରେ କୌଣସି ଫିଲ୍ମର ସ୍କ୍ରିନିଙ୍ଗ୍ କରାଯିବ ନାହିଁ ବୋଲି ଜଣାପଡ଼ିଛି । ସବୁ କାର୍ଣ୍ଣିଭାଲ ସିନେମା ହଲରେ ଏପ୍ରିଲ ୨୯ରେ କୌଣସି ଫିଲ୍ମ ଦର୍ଶକେ ଦେଖିବାକୁ ପାଇବେ ନାହିଁ । ଯେଉଁ ଥିଏଟର ସବୁ ସପିଂ ମଲ ଭିତରେ ରହିଛି, ତାହା ସଂନ୍ଧ୍ୟା ୫ଟା ପରେ ଖୋଲିବ । ଯେଉଁ ସବୁ ଥିଏଟର ସ୍ୱତନ୍ତ୍ର ଭାବରେ ରହିଛି, ସେ ସବୁ ସିନେମାଘର ଖୋଲା ରହିବା ସହ କର୍ମଚାରୀମାନଙ୍କୁ ଭୋଟ୍ ଦେବା ପାଇଁ ବ୍ରେକ୍ ଦିଆଯିବ । ଏହା ସହ ସେ ଦିନ ଛୁଟି ଦିନ ଥିବାରୁ କର୍ମଚାରୀମାନଙ୍କୁ ଅଧିକ ଟଙ୍କା ଦିଆଯିବ ବୋଲି ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୯ଟି ରାଜ୍ୟରେ ହେବାକୁ ଯାଉଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ୭୧ଟି ଲୋକସଭା ଆସନ ପାଇଁ ମତଦାନ ହେବ । ସେ ମଧ୍ୟରେ ରହିଛି ବିହାରର ୫ଟି, ଜମ୍ମୁ-କଶ୍ମୀରର ଗୋଟେ, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ରର ୧୭ଟି, ଓଡ଼ିଶାର ୬ଟି, ରାଜସ୍ଥାନ ୧୩ଟି, ଉତ୍ତରପ୍ରଦେଶ ୧୩ଟି ଏବଂ ପଶ୍ଚିମବଙ୍ଗରେ ୮ଟି ଆସନ ।