ସୁଶାନ୍ତଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟରେ ଟାଇମ୍‌ ଷ୍ଟାମ୍ପ୍‌ ନଥିଲା: ଏମ୍‌ସ ଡାକ୍ତର

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଯିବା ପରେ ଏବେ ତାଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ତଦନ୍ତ ଜୋର୍‌ ଧରିଛି। ସୁଶାନ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ ଉପରେ ମତ ରଖିବାକୁ ଏମ୍‌ସର ଏକ ୪ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଡକ୍ଟର ସୁଧୀର ଗୁପ୍ତାଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ରିପୋର୍ଟ ବିଶ୍ଳେଷଣ କରିବା ପରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। ଏମ୍‌ସର ଫରେନ୍‌ସିକ୍‌ ଟିମ୍‌ ଅନୁଯାୟୀ ଏପର୍ଯ୍ୟନ୍ତ ସୁଶାନ୍ତ ସିଂହଙ୍କ ମାମଲାରେ ସିବିଆଇ ପକ୍ଷରୁ ସେମାନେ ଗୁରୁତ୍ୱପୂର୍ଣ୍ଣ ଦଲିଲ ଗ୍ରହଣ କରିନାହାଁନ୍ତି।

କିଛି ଡକ୍ୟୁମେଣ୍ଟ୍ ମରାଠୀରେ ଭାଷାରେ ଅଛି, ଯାହାକୁ ସିବିଆଇ ଅନୁବାଦ କରିବା ପରେ ସ୍କାନ୍ କରି ତାହାକୁ ଫୋରେନସିକ୍ ଦଳକୁ ପଠାଇବା ଆବଶ୍ୟକ ବୋଲି ଡକ୍ଟର ସୁଧୀର କହିଛନ୍ତି। ସେ ଆହୁରି ବି କହିଛନ୍ତି କି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ କ‌ୌଣସି ଟାଇମ୍‌(ସମୟ) ଷ୍ଟାମ୍ପ୍‌ ନାହିଁ। ପୁଲିସ୍‌ ଏହି କ୍ଷେତ୍ରରେ ଡାକ୍ତରମାନଙ୍କ ପରାମର୍ଶ ନେବା ଉଚିତ। ମାତ୍ର ପୁଲିସ୍‌ ସେପରି କରିନାହିଁ।

India TV News

ଡକ୍ଟର ସୁଧୀରଙ୍କ କହିବା ମୁତାବକ ଅଗଷ୍ଟ ୨୩ ତାରିଖରେ ଆମକୁ ଫାଇଲ୍‌ ମିଳିବ। ସେହି ଫାଇଲ୍‌କୁ ଯାଞ୍ଚ୍‌ କରିବାକୁ ପ୍ରାୟ ୩-୪ ଦିନ ସମୟ ଲାଗିବ। ଗୁରୁବାର ଅର୍ଥାତ ଅଗଷ୍ଟ ୨୭ ତାରିଖରେ ଡକ୍ଟର ସୁଧୀର ତାଙ୍କ ଦଳ ସହ ମୁମ୍ବାଇ ଯିବେ ବୋଲି। ବ୍ୟବଚ୍ଛେଦ ରିପୋର୍ଟରେ ସମୟ ଷ୍ଟାମ୍ପ୍‌ ଦିଆଯିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର