ନୂଆଦିଲ୍ଲୀ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘କୌନ୍‌ ବନେଗା କରୋଡପତି’ ବା କେବିସି ଜୁନିୟର୍‌ରେ ଭାଗ ନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି ନୋଇଡାର ବିଭାନ ଶ୍ରୀବାସ୍ତବ। ବିଭାନ ଭାଗ ନେଇଥିବା ଏପିସୋଡ୍‌ରେ ଅକ୍ଟୋବର ୮ ବଏଂ ୯ ତାରିଖରେ ପ୍ରସାରିତ ହୋଇଥିଲା। ସେ ନୋଇଡାର ଦିଲ୍ଲୀ ପବ୍ଲିକ୍ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର। ତେବେ ସେ ବଡ଼ ହୋଇ ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଚାହାନ୍ତି। ତାଙ୍କ ବାପା ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଏବଂ ତାଙ୍କ ମାଆ ଜଣେ ଗୃହିଣୀ।

Advertisment

ଷଷ୍ଠ ଶ୍ରେଣୀର ଏହି ଛାତ୍ର ଜଣକ ପ୍ରକାଶ କରିଛନ୍ତି ଯେ ସେ ଗତ ବର୍ଷଠାରୁ ଲୋକପ୍ରିୟ ସୋନି ଟିଭି ସୋ’ କେବିସି ଜୁନିଅରରେ ଅଂଶଗ୍ରହଣ କରିବାକୁ ସେ ପ୍ରସ୍ତୁତ ହେଉଥିଲେ। ତାଙ୍କୁ ଏହି ବର୍ଷ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ଯେତେବେଳେ ସେ ଦୁଇ ଲକ୍ଷ ଟଙ୍କାର ପ୍ରଶ୍ନରେ ପହଞ୍ଚିଥିଲେ, ସେତେବେଳକୁ ତାଙ୍କର ସମସ୍ତ ଲାଇଫ୍‌ଲାଇନନ୍‌ ସରି ଯାଇଥଇଲା। ଏହା ସତ୍ତ୍ୱେ, ସେ ତାଙ୍କର ବୁଦ୍ଧି ଦ୍ୱାରା ଅଂଶଗ୍ରହଣ ଜାରି ରଖିଥିଲେ। ଯେତେବେଳେ ସେ ୨୫ ଲକ୍ଷ ଟଙ୍କା ଜିତିଥିଲେ, ହୋଷ୍ଟ ଅମିତାଭ ବଚ୍ଚନ ତାଙ୍କୁ ପୃଥିବୀର ସବୁଠାରୁ ପୁରୁଣା ଖଣିଜ ପଦାର୍ଥ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ତାଙ୍କ ପାଖରେ ଉତ୍ତର ନଥିଲା। ଭୁଲ ଉତ୍ତର ଦେବା ପରିବର୍ତ୍ତେ, ସେ ସୋ’ ଛାଡିବାକୁ ବାଛିଥିଲେ। ଏହି ନିଷ୍ପତ୍ତି ପାଇଁ ହୋଷ୍ଟ ତାଙ୍କୁ ପ୍ରଶଂସା କରିଥିଲେ।

ବିଭାନଙ୍କୁ ୧୩ଟି ପ୍ରଶ୍ନ ପଚରାଯାଇଥିଲା, ଯାହାର ସେ ସବୁର ଉତ୍ତର ସଠିକ୍ ଭାବରେ ଦେଇଥିଲେ। ୧୪ତମ ପ୍ରଶ୍ନର ଉତ୍ତର ଜାଣି ନଥିବାରୁ ତାଙ୍କୁ ସୋ’ରୁ ବାହାରି ଯାଇଥିଲେ।