ନେହା କକ୍କରଙ୍କ କଣ୍ଠସ୍ବରରେ ଗୀତ ଗାଇ ଗାଇ ଯୁବତୀ ଦେଲେ ପିଜା ଅର୍ଡର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସେଲିବ୍ରେଟିମାନଙ୍କ କଣ୍ଠସ୍ବରର କପି କରି ଅନ୍‌ଲାଇନ୍‌ରେ ଖାଦ୍ୟ ବରାଦ କରିବା ଆଜିକାଲି ଅତି ସାଧାରଣ କଥା। ପୂର୍ବରୁ ବି ଅନେକ ଜଣ ଏପରି ସେଲ‌ିବ୍ରେଟିମାନଙ୍କ କଣ୍ଠସ୍ବରକୁ ଆପଣେଇ ଖାଦ୍ୟ ବରାଦ କରିଛନ୍ତି। ନିକଟରେ ଜଣେ ଯୁବତୀ କଣ୍ଠିଶିଳ୍ପୀ ନେହା କ୍କକରଙ୍କ କଣ୍ଠସ୍ବରରେ ପିଜା ବରାଦ କରୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଯୁବତୀ ଜଣକ ପିଜା ବରାଦ ଦେବାକୁ କଲ୍‌ କରୁଛନ୍ତି। ଅପରପକ୍ଷରୁ କଲ୍‌ ରିସିଭ୍‌ ହେବା ପରେ ଜଣେ ଯୁବକ କହୁଛନ୍ତି କି ମୁଁ ‘ଡୋମିନଜ୍‌’ରୁ କହୁଛି, ଆପଣଙ୍କୁ କି ପ୍ରକାରର ସାହାଯ୍ୟ କରିପାରେ? ତାପରେ  ଯୁବତୀ ଗାଉଛନ୍ତି, ‘ତୁମକୋ ଅର୍ଡର ପସନ୍ଦ ହେ, ମୁଝ୍‌କୋ ଅର୍ଡର ମେ ପିଜା।’ ତାପରେ ପୁଣି ଥରେ ଗାଉଛନ୍ତି, ‘ବୋଲା ମେନେ ବାର୍‌ ବାର୍‌ ବାର୍‌ ବାର୍‌ ବାର୍‌, ମୁଝ୍‌କୋ ପିଜା ଦେ ଦେ ୟାର୍‌ ୟାର୍‌ ୟାର୍‌’।

 

ଯୁବକ ଜଣକ ସେପାଖରୁ କେଉଁ ପିଜା ଦରକାର ବୋଲି ପଚାରିବାରୁ ଯୁବତୀ ଗାଉଛନ୍ତି, ‘ଓ ପିଜା ଦେ ଦେ ମୁଝ୍‌କୋ ପିଜା, ଓ ପିଜା କୈସା ପିଜା ଜିସ୍‌ମେ ଏକ୍ସଟ୍ରା ଚିଜ୍‌ ନା ହୋ, ଏସେ ପିଜା ଦେ ଦୋ ମୁଝ୍‌କୋ ଜିସ୍‌ ମେ ଖୋଡ଼ି ଚିଜ୍‌ ତୋ ହୋ’। ଯୁବକ ଜଣକ ତାଙ୍କ ନାମ ପଚାରିବାକୁ ସେ ‌କହୁଛନ୍ତି ଇଣ୍ଡିଆର ସମସ୍ତଙ୍କ ପ୍ରିୟ ‘ନେହା, ନେହା କକ୍କର’। ଯୁବକ ଜଣକ ତାଙ୍କୁ ଠିକଣା ପଚାରିବାରୁ ସେ ମୁମ୍ବାଇର ଅନ୍ଧେରୀ କହୁଛନ୍ତି। ଯୁବକ ଜଣକ ଯେତେବେ‌ଳେ ଲ୍ୟାଣ୍ଡ୍‌ମାର୍କ ପଚାରୁଛନ୍ତି ତ ସେ ରୋହନ, ରୋହୁ ବେବି ବୋଲି ଡାକି କଲ୍‌ କାଟି ଦଉଛନ୍ତି।’

ସମ୍ବନ୍ଧିତ ଖବର