କୌଣସି ମୂହୁର୍ତ୍ତରେ ଗିରଫ ହୋଇ ପାରନ୍ତି କୋରିଓଗ୍ରାଫର ରେମୋ ଡି’ସୁଜା ! ଜାମିନ ବିହୀନ ପରଓ୍ଵାନା ଜାରି କଲା ଅଦାଲତ

ମୁମ୍ବାଇ : ଲୋକପ୍ରିୟ କୋରିଓଗ୍ରାଫର ଓ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୌଣସି ମୂହୁର୍ତ୍ତରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଜଣା ପଡ଼ିଛି। ୫ କୋଟି ଟଙ୍କା ହଡ଼ପ କରିବାର ଅଭିଯୋଗ ଲାଗିବା ପରେ ଗାଜିଆବାଦ୍‌ର ଏକ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ଵାନା ଜାରି କରିଥିବା ନେଇ ସୂଚନା ମିଳିଛି ।

अंडरवर्ल्ड दिलाई धमकी
oneindia.com

ସୂଚନା ମୁତାବକ, ୨୦୧୬ରେ ରେମୋ ଡି’ସୁଜାଙ୍କ ବିରୋଧରେ ଠକେଇର ଅଭିଯୋଗ ଆସିବା ସହ ଗାଜିଆବାଦ୍‌ର ଜିଲ୍ଲା ଅଦାଲତରେ ଏହାର ଶୁଣାଣି ଚାଲୁଥିଲା । କିନ୍ତୁ ଶୁଣାଣି ସମୟରେ ସେ ଅଦାଲତରେ ହାଜର ହେଉ ନ ଥିବାରୁ ତାଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରିଥିବା ଜଣାପଡ଼ିଛି । ବଲିଉଡ୍‌ର ଲୋକପ୍ରିୟ କୋରିଓଗ୍ରାଫରମାନଙ୍କ ମଧ୍ୟରୁ ସେ ଜଣେ ହୋଇଥିବା ବେଳେ ତାଙ୍କୁ ନେଇ ଏଭଳି ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ପ୍ରଶଂସକଙ୍କୁ ଏହି ଖବର ଶକ୍ତ ଝଟକା ଦେଇଛି ।

ସମ୍ବନ୍ଧିତ ଖବର