ନୂଆଦିଲ୍ଲୀ: ଅଭିନେତ୍ରୀ କାଜୋଲଙ୍କ ସହିତ ୱେବସିରିଜ ‘ଦ ଟ୍ରାଏଲ’ରେ କାମ କରି ସାରିଥିବା ଅଭିନେତ୍ରୀ ତଥା କତର ଏୟାରୱେଜର ପୂର୍ବତନ ଏୟାର ହଷ୍ଟେସ ନୁର ମାଲାବିକା ଦାସଙ୍କର ମୃତଦେହକୁ ପୁଲିସ ତାଙ୍କ ବାସଭବନରୁ ଉଦ୍ଧାର କରିଛି।
ସୂଚନାମୁତାବକ, ପଡ଼ିଶାଲୋକ ଅଭିନେତ୍ରୀ ନୁରଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପୁଲିସକୁ ନିକଟରେ ଖବର ଦେଇଥିଲେ। ଏହାପରେ ପୁଲିସ ଜୁନ ୬ ତାରିଖରେ ନୁର ମାଲାବିକାଙ୍କ ପଚାଶଢ଼ା ମୃତଦେହକୁ ଘରୁ ଉଦ୍ଧାର କରିଥିଲା।
ନୁରଙ୍କ ମୃତ୍ୟୁକୁ ନେଇ ମା’ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଝିଅ ଅନେକ ଦିନ ହେବ ଚିନ୍ତାରେ ଥିଲା। ସେ କାହାରି ସହିତ ବିଶେଷ କିଛି କଥା ହେଉ ନଥିଲା। ନୁର ତାର କାମକୁ ନେଇ ଅସନ୍ତୋଷ ଥିଲା। ମୁମ୍ବାଇରେ କ୍ୟାରିୟର ଗଢ଼ିବା ପାଇଁ ସେ ଅନେକ ସଂଘର୍ଷ କରୁଥିଲା। ନୁର ଯେଉଁଭଳି କାମ ଓ ସଫଳତା ଚାହୁଁଥିଲା ତାକୁ ମିଳୁ ନଥିଲା। । ଏହି କାରଣରୁ ବୋଧ ହୁଏ ସେ ଜୀବନ ହାରି ଦେଇଛି। ଆଶ୍ଚର୍ଯ୍ୟର କଥା ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲା। ଯେଉଁଥିରେ ନୁର ଖୁବ ଖୁସିଥିବା ଦେଖିବାକୁ ମିଳିଥିଲା। ହଠାତ ତାର ପରଦିନ ନୁର ଜୀବନ ହାରି ଦେବା ଘଟଣାକୁ କେହି ବିଶ୍ବାସ କରି ପାରୁନାହାନ୍ତି।
ମାଲାବିକାଙ୍କର ପୈତୃକ ଘର ଆସାମ । ସେ ଅନେକ ହିନ୍ଦୀ ସିନେମା ଓ ୱେବ୍ ସିରିଜରେ କାମ କରିଛନ୍ତି । ଏହି ସିନେମା ମଧ୍ୟରେ ସିସାକିୟାଁ, ତିଖୀ ଚଟନୀ, ଜଘନ୍ୟ ଉପାୟ, ଚରମସୁଖ ଭଳି ସିନେମା ଓ କିଛି ୱେବ୍ ସିରିଜରେ କାମକରି ଲୋକଲୋଚନକୁ ଆସିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/0ea6c781-f754-42bc-8c36-53d3fe87e96e.jpg)