ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, କରୋନା ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଲେ ନୋରା ଫତେହୀ

ମୁମ୍ବାଇ: ବିଗିଡିଲା ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ସ୍ବାସ୍ଥ୍ୟାବସ୍ଥା। ଅତୀତରେ ନୋରା ଫତେହିଙ୍କୁ ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ​​ଏବଂ ସେ ଅନେକ ସ୍ଥାନରେ ଫଟୋସୁଟ୍ ମଧ୍ୟ କରୁଥିବାର ଦେଖାଯାଇଥିଲା। କିଛି ଦିନ ତଳେ ତାଙ୍କର ନୂଆ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ ମୁକ୍ତିଲାଭ କରିଥିଲା ​, ଯାହାର ପ୍ରଚାର କରିବା ପାଇଁ ସେ ଅନେକ ସୋ’କୁ ଯାଇଥିବା ଦେଖାଯାଇଥିଲା। ହେଲେ ଏବେ ନୋରା ଫତେହୀ କରୋନା ଆକ୍ରାନ୍ତଙ୍କ ହୋଇଥିବା ଜଣାପଡ଼ିଛି। ଏବିଷୟରେ ଜଣାଇବା ସହ ସେ ପ୍ରଶଂସକମାନଙ୍କୁ ସୁରକ୍ଷିତ ଓ ସତର୍କ ରହିବାକୁ କହିଛନ୍ତି।

କରୋନାରେ ସଂକ୍ରମିତ ହେବା ବିଷୟରେ ସୂଚନା ଦେଇ ନୋରା ଫତେହୀ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ମୁଁ ଏହି ସମୟରେ କରୋନା ସହିତ ଲଢ଼ୁଛି। ସତ କହିବାକୁ ଗଲେ ଏହା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ମୁଁ ଏବେ ଶଯ୍ୟାଶାୟୀ ଏବଂ କିଛି ଦିନ ପାଇଁ ଡାକ୍ତରଙ୍କ ତତ୍ତ୍ବବଧାନରେ ରହିବି। ସମସ୍ତେ କରୋନା କଟକଣା ମାନନ୍ତୁ ଏବଂ ସତର୍କ ରୁହନ୍ତୁ। ଏହା ଖୁବ ଶୀଘ୍ର ବ୍ୟାପୁଥିବା ବେଳେ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି। ସ୍ୱାସ୍ଥ୍ୟ ଅପେକ୍ଷା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ନିଜର ଯତ୍ନ ନିଅ ଏବଂ ସୁରକ୍ଷିତ ରୁହ।

37ovm2k8
ndtv

ଗତକାଲି ବଲିଉଡରୁ ପୁଣି ୪ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଅଭିନେତା ଅର୍ଜୁନ କପୁର ଗତବର୍ଷ ସେପ୍ଟେମ୍ବରରେ କରୋନା ଆକ୍ରାନ୍ତ ‌ହୋଇ ସୁସ୍ଥ ହୋଇଥିବା ବେଳେ ଏବେ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ତାଙ୍କ ଭଉଣୀ ଅଂଶୁଲା କପୁର, ଅନୀଲ କପୁରଙ୍କ ଝିଅ ରିୟା କପୁର ଏବଂ ତାଙ୍କ ଜ୍ବାଇଁ କରନ ବୁଲାନୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର