ଏହି ଗୀତ ପାଇଁ ଟଙ୍କା ନେଲେ ନାହିଁ ନୋରା ଫତେହି, ଜାଣନ୍ତୁ କାରଣ

ମୁମ୍ବାଇ : ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା, ରିତେଶ ଦେଶମୁଖ୍‌ ଓ ଅଭିନେତ୍ରୀ ତାରା ସୁତାରିଆ ଅଭିନୟ କରିଥିବା ଫିଲ୍ମ ‘ମର୍‌ଜାବାଁ’ର ନୂଆ ଗୀତ ଗୁରୁବାର ରିଲିଜ୍‌ କରାଯାଇଥିଲା । ଗୀତର ନାଁ ଏକ୍‌ ତୋ କମ ଜିନ୍ଦଗୀ ରହିଥିବା ବେଳେ ଏଥିରେ ନୋରା ଫତେହିଙ୍କୁ ଦେଖିବାକୁ ମିଳିଥିଲା । ପୁଣି ଥରେ ତାଙ୍କ ନୃତ୍ୟର ଜଲଓ୍ଵା ଲୋକେ ଦେଖିବା ସହ ଭିଡିଓକୁ ଲୋକେ ପସନ୍ଦ କରୁଥିବା ଦେଖାଯାଇଛି । ୧୯୮୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ଜାନ୍‌ବାଜ୍‌ରେ ବଲିଉଡ୍‌ର ଦିଗ୍ଗଜ ଅଭିନେତ୍ରୀ ରେଖା ଏହି ଗୀତରେ ନଜର ଆସିଥିଲେ, ଯାହାର ରିମେକ୍‌ରେ ନୋରାଙ୍କୁ ନିଆଯାଇଥିବା ବେଳେ ଏହାକୁ ରେଖାଙ୍କ ଜନ୍ମଦିନରେ ହିଁ ରିଲିଜ୍‌ କରାଯାଇଥିଲା ।

Image result for nora-fatehi
DNA India

ଗୀତରେ ନୋରାଙ୍କ ସମେତ ସିଦ୍ଧାର୍ଥ ମଧ୍ୟ ନଜର ଆସୁଥିବା ଦେଖାଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ନୋରା ଏହି ଗୀତ ପାଇଁ ଟଙ୍କା ନେଇ ନାହାନ୍ତି । ଆଜିକାଲି ଆଇଟମ୍‌ ଗୀତ ପାଇଁ ତାଙ୍କର ଚାହିଦା ଅଧିକ ଥିଲେ ମଧ୍ୟ ରେଖାଙ୍କ ପାଇଁ ସେ ଟଙ୍କା ନେଇ ନଥିବା ଜଣାପଡ଼ିଛି । ସେ ଏହି ଗୀତକୁ ରେଖାଙ୍କୁ ଜନ୍ମଦିନର ଉପହାର ଆକାରରେ ଦେଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର