ପରିଣୀତି ଚୋପ୍ରା ମନା କରିବାପରେ ଅଜୟ ଦେବଗନଙ୍କ ନାୟିକା ହେବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ସହ କାମ କରିବାକୁ ପରିଣୀତି ଚୋପ୍ରା ମନା କରିବାପରେ ଏବେ ତାଙ୍କ ସ୍ଥାନରେ ନୋରା ଫତେହୀଙ୍କୁ ନିଆଯାଇଛି । କେତେକ ହିନ୍ଦୀ ସିନେମାର ଆଇଟମ ନମ୍ବରରେ ନୋରାଙ୍କ ଜବରଦସ୍ତ ଡାନ୍ସ ଦର୍ଶକଙ୍କୁ ଆକର୍ଷିତ କରିଛି।  ତାଙ୍କୁ ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ୍ ଡାନ୍ସର୍ ଥ୍ରିଡି’ରେ ବି ଅଭିନୟ ଲାଗି ସୁଯୋଗ ମିଳିଛି। ଏଣେ ଅଜୟ ଦେବଗନଙ୍କ ସହ ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ କାମ କରିବାର ସୁଯୋଗ ମିଳିବା ପରେ ନୋରା ନାୟିକାଭାବେ ସକ୍ରିୟ ହେବେ ବୋଲି କୁହାଯାଉଛି।

image source-oneindia

ପରିଣୀତିଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍ ସିନେମା ହେଲା ‘ଗୋଲମାଲ ଏଗେନ୍’, ଯେଉଁଥିରେ ତାଙ୍କର ନାୟକ ଥିଲେ ଅଜୟ ଦେବଗନ। ହେଲେ ପୁଣି କ’ଣ ହେଲା ଯେ ସେ ଏହି ବଲିଉଡ ସୁପରଷ୍ଟାରଙ୍କ ସହ ନୂଆ ସିନେମାରେ କାମ କରିବାକୁ ଅରାଜି ହେଲେ!

ପରିଣୀତି ଚୋପ୍ରା ଅଜୟଙ୍କ ସହ ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ କାମ କରିବାର ଥିଲା ହେଲେ ଏବେ ସେ ସେହି ସିନେମା ଛାଡ଼ି ଦେଇଛନ୍ତି। ଏହାର କାରଣ ସଂପର୍କରେ ଅନୁସନ୍ଧାନ କରିବାପରେ ଜଣାଯାଇଛି ଯେ ପରିଣୀତି ଚୋପ୍ରା ସାଇନା ନେହଓ୍ଵାଲଙ୍କ ବାୟୋପିକରେ ବ୍ୟସ୍ତ ଅଛନ୍ତି। ଏବେ ପରିଣୀତ ଏହି ସିନେମାପାଇଁ ଖୁବ ପରିଶ୍ରମ କରୁଛନ୍ତି। କିଛି ଦିନ ତଳେ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଶ୍ରଦ୍ଧା କପୁରଙ୍କ ସ୍ଥାନରେ ପରିଣୀତି ଚୋପ୍ରାଙ୍କୁ ନେବେ ବୋଲି ଠିକ୍ କରିଥିଲେ।

image source–midday

ଏହି ସିନେମା ପରେ ପରିଣୀତି ହଲିଉଡ୍ ମୁଭି ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ରିମେକରେ କାମ କରିବେ। ଏଣୁ ସେ ଅଜୟ ଦେବଗନଙ୍କ ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରୁ ଓହରି ଯାଇଥିବା କୁହାଯାଉଛି। ‘ଭୁଜ୍-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ସଂଜୟ ଦତ୍ତ ଏବଂ ସୋନାକ୍ଷୀ ସିହ୍ନା ବି ଅଛନ୍ତି। ଫିଲ୍ମଟି ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ। ଏହି ଫିଲ୍ମରେ ଅଜୟ ଦେବଗନଙ୍କୁ ସ୍କ୍ବାଡର୍ନ ଲିଡର ବିଜୟ କାର୍ଣ୍ଣକ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର