ମୁମ୍ବାଇ: ନୋରା ଫ‌ତେହି ହେଉଛନ୍ତି ବଲିଉଡ୍‌ର ଷ୍ଟାଇଲିସ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ‌ସେ ଯୁଆଡ଼େ ବି ଯାଆନ୍ତି ନିଜ ନୃତ୍ୟ ଓ ଷ୍ଟାଇଲିସ୍‌ ଅନ୍ଦାଜରେ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି। ଶୁକ୍ରବାର ନୋରାଙ୍କୁ ମୁମ୍ବାଇର ଏକ ପୁରସ୍କାର ବିତରଣ ଉତ୍ସବରେ ଦେଖିବାକୁ ମିଳିଥିଲା। ସେଠାକୁ ସେ ଏକ ଧଳା ରଂଗର ଗାଉନ୍‌ ପିନ୍ଧି ଯାଇଥିବାର ଦେଖିବାକୁ ମିଳିଥିଲେ। ନୋରା ପିନ୍ଧିଥିବା ଧଳା ରଂଗର ହାଇନେକ୍‌ ପୋଷାକକୁ ରୁପେଲୀ ପଥର ଖଞ୍ଜା ଯାଇ ଡିଜାଇନ୍‌ କରାଯାଇଛି। ହେଲେ ଅଭିନେତ୍ରୀଙ୍କର ଏହି ପୋଷାକ ସମସ୍ତଙ୍କ ମନ କଣି ପାରିନାହିଁ।

Advertisment

‌ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ନୋରାଙ୍କ ଏହି ପୋଷାକକୁ ନେଇ ଥଟ୍ଟା କରିବାରେ ଲାଗିଛନ୍ତି। ଅନେକ ବ୍ୟବହାରକାରୀ ତାଙ୍କ ‘ଫ୍ୟାସନ୍‌ ସେନ୍ସ’କୁ ନେଇ ପ୍ରଶ୍ନ ବି କରିଛନ୍ତି। ଜଣେ ନୋରାଙ୍କ ପୋଷାକରେ ମଜାଳିଆ କମେଣ୍ଟ୍‌ ଦେଇ ଲେଖିଛନ୍ତି, ‘ମୋ ତକିଆ ମୋତେ ଫେରସ୍ତ କରିଦିଅ’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଇଏ ପାରାଚୁଟ୍‌ ପିନ୍ଧିକରି କାହିଁକି ଆସିଛନ୍ତି?’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆପଣ ଏତେ ଗରମରେ ଘରୁ‌ ରେଜେଇ ପିନ୍ଧିକରି କିପରି ଆସିପାରିଲେ?’

ନିକଟ ଅତୀତରେ ବଲିଉଡ ଅଭିନେତ୍ରୀ‌ ନୋରା ଫତେହିଙ୍କ ବିରୋଧରେ ମହାଠକ ସୁକେଶ ଚନ୍ଦ୍ରଶେଖର ଏବ ବଡ଼ ଖୁଲାସା କରିଥିଲା। ବିଦେଶରେ ଘର କିଣିବା ପାଇଁ ନୋରା ତାଙ୍କଠାରୁ ଟଙ୍କା ନେଇଥିବା ସୁକେଶ କହିବା ପରେ ଏହି ଖବର ଚର୍ଚ୍ଚା ପାଲଟିଥିଲା। ତେବେ ତାହା ପୂର୍ବରୁ ନୋରା କୋର୍ଟକୁ କହିଥିଲେ ଯେ ସୁକେଶ ସିଧାସଳଖ ଭାବେ କଥା ନହୋଇ ତାଙ୍କ ଘନିଷ୍ଠ ସହଯୋଗୀ ପିଙ୍କି ଇରାନୀଙ୍କ ମାଧ୍ୟମରେ ବିଭିନ୍ନ ଅଫର ତାଙ୍କୁ ଦେଇଥିଲେ।