ସିଙ୍ଗ୍‌ ଇଜ୍‌ କିଙ୍ଗରେ ଅକ୍ଷୟଙ୍କ ସ୍ଥାନ ନେବେ ରଣବୀର!

ମୁମ୍ବାଇ: ସିଙ୍ଗ୍‌ ଇଜ୍‌ କିଙ୍ଗର ସିକ୍ୱେଲରେ ନଜର ଆସିବେନି ଖିଲାଡ଼ି ତାରକା ଅକ୍ଷୟ କୁମାର। ଅକ୍ଷୟ କୁମାରଙ୍କ ସ୍ଥାନ ନେବେ ବାଜିରାଓ ରଣବୀର ସିଂହ। ସୂତ୍ର ଅନୁସାରେ ଏହ ସିନେମାର ନାମ ସେର ସିଂହ ରଖାଯାଇଛି। ସିନେମାର ନିର୍ଦ୍ଦେଶକ ଶୈଳେନ୍ଦ୍ର ସିଂହ ଏହାର ସୂଚନା ଦେଇଛନ୍ତି। ପ୍ରଥମରୁ ଖବର ଆସିଥିଲା ଏହି ସିନେମାର ନାମ ପୁରୁଣା ସିନେମାର ନାମ ଉପରେ ରଖାଯିବ , କିନ୍ତୁ ପରେ ଏହାକୁ ବଦଳାଇ ଦିଆଯାଇଥିଲା। ଏହାର କାରଣ ହେଲା ସିଂ ଇଜ୍‌ କିଙ୍ଗର ନିର୍ଦ୍ଦେଶକ ବିପୁଲ ଶାହ ଏହି ସିନେମାରୁ ଅଲଗା ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ୨୦୦୮ରେ ଆସିଥିବା ସିନେମା, ସିଙ୍ଗ ଇଜ୍‌ କିଙ୍ଗ (୨୦୦୮)ରେ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍‌ ଓ ଓମ ପୁରୀ ପ୍ରମୁଖ ଅଭିନୟ କରିଥିଲେ। ଏହି ସିନେମାରେ ଅକ୍ଷୟ କୁମାର ଜଣେ ସର୍ଦ୍ଦାର ଭୂମିକାରେ ଅଭିନୟ କରିଥିଲେ। ପ୍ରଥମ ସିନେମାରେ କ୍ୟାଟ୍ରିନା କୈଫ୍‌ ନାୟିକା ଭୂମିକାରେ ଅଭିନୟ କରିଥିଲେ। ତେବେ ଏହି ସିନେମାରେ ରଣବୀରଙ୍କୁ ନଜରରେ ରଖି ନାୟିକା ଚୟନ କରାଯିବ ବୋଲି ଜଣାପଡ଼ିଛି। ତେବେ ଆଗକୁ ଦେଖିବା ପାଇଁ ବାକି ରହିଲା ଅକ୍ଷୟ କୁମାରଙ୍କୁ ବାଜିରାଓ ଟକ୍କର ଦେଇପାରୁଛନ୍ତି କି ନାହିଁ ?

ସମ୍ବନ୍ଧିତ ଖବର