ଅକ୍ଷୟ କୁମାରଙ୍କୁ ନୁହେଁ ପ୍ରଥମେ ଏହି ଅଭିନେତାଙ୍କୁ ମିଳିଥିଲା ୨.୦ରେ ଅଭିନୟ କରିବାର ସୁଯୋଗ

ମୁମ୍ବାଇ : ୫୫୦କୋଟି ବଜେଟ୍‌ରେ ତିଆରି ହୋଇଥିବା ଫିଲ୍ମ ୨.୦ ଏବେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇ ସାରିଲାଣି । ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବଂ ଅଭିନେତ୍ରୀ ଆମି ଜାକ୍‌ସନ ଥିବା ବେଳେ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର । ଫିଲ୍ମର ଟ୍ରେଲରରେ ଅକ୍ଷୟଙ୍କ ଚରିତ୍ରକୁ ନେଇ ଦର୍ଶକଙ୍କ ମନରେ ଫିଲ୍ମ ଦେଖିବାର ଉତ୍ସାହ ଆସିଥିବା ବେଳେ ଏହି ଚରିତ୍ର ପାଇଁ ଅକ୍ଷୟ ପ୍ରଥମ ପସନ୍ଦ ନ ଥିଲେ ବୋଲି ଜଣା ପଡ଼ିଛି ।

ଏକ ସାକ୍ଷାତକାରରେ ଯୋଗ ଦେଇ ଫିଲ୍ମର ନିର୍ଦ୍ଦେଶକ ଏସ୍‌ ଶଙ୍କର ଏହାର ଖୁଲାସା କରିଥିଲେ । ଅକ୍ଷୟ ନୁହନ୍ତି, ବରଂ ହଲିଉଡ଼୍‍ ସୁପରଷ୍ଟାର ଆର୍‌ନୋଲ୍‌ଡ଼ ଏହି ଚରିତ୍ର ପାଇଁ ପ୍ରଥମ ପସନ୍ଦ ଥିଲେ ବୋଲି ସେ କହିଥିଲେ । ପ୍ରଥମେ ଆର୍‌ନୋଲ୍‌ଡ଼ଙ୍କୁ  ନେବା ପାଇଁ ମୁଁ ଭାବିଥିବା ବେଳେ ସେ ସମୟ ଦେଇ ପାରିବେ ନାହିଁ ବୋଲି କହିଥିଲେ ଆର୍‌ନୋଲ୍‌ଡ୍‌ । ଏହା ପରେ ସମସ୍ତେ ମୋତେ ଅକ୍ଷୟଙ୍କୁ ଏହି ଚରିତ୍ର ଦେବା ପାଇଁ କହିବାରୁ ମୁଁ ତାଙ୍କୁ ପ୍ରସ୍ତାବ ଦେଇଥିଲି । ସେ ଫିଲ୍ମର ସ୍କ୍ରିପ୍ଟ ଶୁଣିବା ପରେ ହଁ ଭରିବାରୁ ସୁଟିଂ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର