ମୁମ୍ବାଇ: ଏବେ କିଛି ଦିନ ହେବ ଖୁବ୍ ଚର୍ଚ୍ଚା ଚାଲିଛି ପ୍ରେମିକ୍ ନିକ୍ଙ୍କ ସହ ପ୍ରିୟଙ୍କାଙ୍କ ବିବାହ ଓ ଏପଟେ ବିବାହ ପାଇଁ ଦେଶୀଗର୍ଲଙ୍କ ‘ଭାରତ’ ଚଳଚ୍ଚିତ୍ର ଛାଡ଼ିବା ନିଷ୍ପତ୍ତିକୁ ନେଇ। ପ୍ରିୟଙ୍କା ତାଙ୍କ ପ୍ରେମିକଙ୍କ ସହ ନିର୍ବନ୍ଧ କରି ସାରିଲେଣି। ଏପଟେ ‘ଭାରତ’ ଛାଡ଼ିଥିବାରୁ ତାଙ୍କ ସ୍ଥାନ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ଜାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ କିମ୍ବା ଦୀପିକା ପାଦୁକୋନ କିଏ ପୂରା କରିବେ ତାହା ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଏହି ଷ୍ଟାର୍ ଖୋଜ ଚାଲିଥିବା ବେଳେ ଜଣେ ହାସ୍ୟାଭିନେତା ପିସିଙ୍କ ବଦଳରେ ସେ ‘ଭାରତ’ରେ ଆସିବେ ବୋଲି କହି ଅଡିସନ୍ ଦେଇଥିବା ଦେଖିବାକୁ ମିଳଳି।
ସେ ହାସ୍ୟାଭିନେତା ଜଣକ ଆଉ କେହି ନୁହଁନ୍ତି। ବହୁ ପରିଚିତ ସୁନୀଲ ଗ୍ରେଭର୍। ଏହି ଭିଡିଓଟିରେ ସୁନୀଲ କ୍ୟାପ୍ସନ୍ ଦେଇଛନ୍ତି ‘ଆପ୍ଲିକେସନ୍ ଫର୍ ଦ ଭ୍ୟାକେନ୍ସି ଫ୍ରମ ନ୍ୟାନ୍ସି’। ତାଙ୍କର ଏହି ଭିଡିଓରେ ନିର୍ଦ୍ଦେଶକ ଅଲ୍ଲି ଆବାସ ଜାଫର୍ କହିଛନ୍ତି କି ସେ ‘ଭାରତ’ର ମୁଖ୍ୟ ନାରୀ ଚରିତ୍ରଙ୍କ ସଂପର୍କରେ ଜଲ୍ଦି ସୂଚନା ଦେବେ।
Application for the vacancy from Nancy @aliabbaszafar@BeingSalmanKhanpic.twitter.com/ngZQjJQ29V
— Sunil Grover (@WhoSunilGrover) July 27, 2018
ଉଲ୍ଲେଖଯୋଗ୍ୟ, ‘ଜୟ ଗଙ୍ଗାଜଳ’ ଜରିଆରେ ପ୍ରିୟଙ୍କା ଶେଷ ଥର ପାଇଁ ୨୦୧୬ ମସିହାରେ ବିଲିଉଡ୍ରେ ଦେଖିବାକୁ ମିଳିଥିଲେ। ସେ ପୁଣି ଥରେ ରୁପେଲି ପରଦାରେ ‘ଭାରତ’ ଜରିଆରେ େଦେଖା ଦେବେ ବୋଲି କହିଥିଲେ। ଏପରିକି ସେ ତାଙ୍କର ଉତ୍ସୁକତାକୁ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ରେ ବି ପ୍ରକାଶ କରିଥିଲେ। ସଲମାନଙ୍କୁ ଭେଟିବା ସହ ଦର୍ଶକଙ୍କୁ ସର୍ପ୍ରାଇଜ୍ ଦେବା ନେଇ ସେ ନିଜର ଖୁସି ସୋସିଆଲ୍ ମିଡିଆ ଜରିଆରେ ବ୍ୟକ୍ତି କରିଥିଲେ।