ଫଟୋ ସେୟାର କରି ଏହି ଅଭିନେତ୍ରୀଙ୍କୁ ପସନ୍ଦର ଝିଅ ବୋଲି କହିଲେ ବିଜୟ

ନୂଆଦିଲ୍ଲୀ: ଅଭିନେତା ବିଜୟ ଦେବରକୋଣ୍ଡା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଧିକ ସକ୍ରିୟ ଥିଲେ ବି ତାଙ୍କର ପ୍ରଶଂସକ ସମଗ୍ର ଦେଶରେ ରହିଛନ୍ତି। ନିଜର ଲୁକ୍ ଓ ଅଭିନୟ ପାଇଁ ସେ ଇଣ୍ଟରନେଟ୍ ସେନସେସନ ପାଲଟିଛନ୍ତି। ସବୁବେଳେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହୁଏ। ଦୁହେଁ ଏନେଇ ମୁହଁ ଖୋଲିନଥିବା ବେଳେ ବର୍ତ୍ତମାନ ବିଜୟ ଦେବରକୋଣ୍ଡା ତାଙ୍କ ପ୍ରିୟ ଝିଅ ସହିତ ଏକ ଫଟୋ ସେୟାର କରିଥିବା ଦେଖାଯାଇଛି। ଫଟୋରେ ରଶ୍ମିକା ନୁହନ୍ତି ତାଙ୍କର ଆଗାମୀ ଫିଲ୍ମର ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଥିବା ଦେଖାଯାଇଛି।

ବିଜୟ ଦେବରକୋଣ୍ଡା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ବିଜୟ, ସାମନ୍ଥାଙ୍କ ସହ ନଜର ଆସିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୋର ପ୍ରିୟ ଝିଅ’। ଏହି ଫଟୋରେ ଉଭୟ ଏକ ବିଳାସପୂର୍ଣ୍ଣ ହୋଟେଲରେ ଭୋଜନ କରୁଥିବା ଦେଖିବାକୁ ମିଳିଛି।

ଏହି ଫଟୋ ସାମନ୍ଥା ତାଙ୍କ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିଥିଲେ, ଯାହାକୁ ପରେ ବିଜୟ ଦେବରକୋଣ୍ଡା ନିଜ ଷ୍ଟୋରୀରେ ସେୟାର କରିଥିବା ଦେଖାଯାଇଛି।

 

View this post on Instagram

 

A post shared by Samantha (@samantharuthprabhuoffl)

ତେବେ ଖୁବ ଶୀଘ୍ର ବିଜୟ ଏବଂ ସାମନ୍ଥାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ। ଦୁହେଁ ଫିଲ୍ମ ଖୁସୀରେ କାମ କରିଥିବା ବେଳେ ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧ରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର