ଶାହାରୁଖ୍ ଖାନ୍ ନୁହନ୍ତି ନିଜ ମ୍ୟାନେଜରଙ୍କୁ ପୋଡ଼ି ହେବାରୁ ବଞ୍ଚାଇଥିଲେ ଐଶ୍ୱର୍ଯ୍ୟା: ରିପୋର୍ଟ
ମୁମ୍ବାଇ: କିଛି ଦିନ ତଳେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଦୀପାବଳି ପାର୍ଟିରେ ଏକ ଅଘଟଣ ଘଟିଥିବା ନେଇ ଖବର ମିଳିଥିଲା । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜରଙ୍କ ପୋଷାକରେ ନିଆଁ ଲାଗି ଯିବାରୁ ତାଙ୍କୁ ତୁରନ୍ତ ଯାଇ କିଙ୍ଗ୍ ଖାନ୍ ଶାହାରୁଖ୍ ବଞ୍ଚାଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ଏମିତି କି ଏହି ଦୁର୍ଘଟଣାରେ ଶାହାରୁଖ୍ଙ୍କ ହାତ ପୋଡ଼ି ଯାଇଥିବା ନେଇ ଖବର ମିଳିଥିଲା । ତେବେ ଘଟଣାର କିଛି ଦିନ ପରେ ଏବେ ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବଲିଉଡ୍ ହଙ୍ଗାମା ଶାହାରୁଖ୍ ଖାନ୍ଙ୍କ ବଞ୍ଚାଇବା ଖବରକୁ ମିଛ ବୋଲି କହି ଶାହାରୁଖ୍ ନୁହନ୍ତି ବରଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ତାଙ୍କ ନିଜ ମ୍ୟାନେଜରଙ୍କୁ ବଞ୍ଚାଇଥିବା କହିଛି । ବଲିଉଡ୍ ହଙ୍ଗାମା ଅନୁଯାୟୀ, ମ୍ୟାନେଜର ଅର୍ଚ୍ଚନା ତଳକୁ ଆସୁଥିବା ବେଳେ ଲାଗିଥିବା ଦୀପରେ ତାଙ୍କ ଓଢ଼ଣୀ ପଡ଼ି ଯାଇଥିଲା । ଯାହାଦ୍ୱାରା ତୁରନ୍ତ ନିଆଁ ଲାଗିଯିବାରୁ ଅର୍ଚ୍ଚନାଙ୍କ ଅଧା ଲେହେଙ୍ଗା ପୋଡ଼ି ଯାଇଥିଲା । କେହି କିଛି କରିବା ପୂର୍ବରୁ ଐଶ୍ୱର୍ଯ୍ୟା ତୁରନ୍ତ ଆସି ନିଆଁ ଲିଭାଇବା ସହ ପୋଡ଼ି ଯାଇଥିବା ଭାଗକୁ ତାଙ୍କ ଶରୀରରୁ କାଢ଼ିଥିଲେ ବୋଲି ସେଠାରେ ଉପସ୍ଥିତ ଥିବା ଜଣେ ଲୋକ କହିଥିବା ଦାବି କରିଛି ବଲିଉଡ୍ ହଙ୍ଗାମା । ତେବେ ଘଟଣା ପରଠାରୁ ଏ ନେଇ ଶାହାରୁଖ୍ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ପ୍ରକୃତରେ ସେଦିନ କ’ଣ ଘଟିଥିଲା, ସେ ନେଇ ମଧ୍ୟ ଶାହାରୁଖ୍ କିଛି ମତ ରଖି ନାହାନ୍ତି ।