ଗିଲଙ୍କୁ ନୁହେଁ, ଏହି କ୍ରିକେଟରଙ୍କୁ ସମର୍ଥନ କରିବା ପାଇଁ ପହଞ୍ଚିଥିଲେ ସାରା

ଲକ୍ଷ୍ନୌ: ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା ଆଇପିଏଲ-୨୦୨୩ର ଶେଷ ମ୍ୟାଚ୍। ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ। ତେବେ ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା। ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଏହି ମ୍ୟାଚ ମଧ୍ୟରେ ଯିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେ ଥିଲେ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ୍ ଓ ଅଭିନେତା ଭିକି କୌଶଲ।

ଉଭୟ ନିଜର ଫିଲ୍ମର ପ୍ରଚାର ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଦୁହେଁ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସକୁ ସମର୍ଥନ କରୁଥିବାର ଦେଖାଯାଇଥିଲେ ବି କ୍ରିକେଟର ଶୁଭମନ ଗିଲଙ୍କୁ ସମର୍ଥନ କରିବାକୁ ସାରା ଷ୍ଟାଡିୟମ ଯାଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ‌ଏବେ ଉଭୟ ସାରା ଓ ଭିକି କାହାକୁ ସମର୍ଥନ କରିବା ପାଇଁ ଯାଇଥିଲେ ତାହା ଜଣାଇଛନ୍ତି।

ଏକ ସାକ୍ଷାତକାରରେ ଭିକି କହିଛନ୍ତି, ଆମେ ମୁମ୍ବାଇ ଇଣ୍ଡିଆନ୍ସର ସମର୍ଥକ। ଆମେ ଫାଇନାଲକୁ କେବଳ ମ୍ୟାଚ୍ ଉପଭୋଗ କରିବାକୁ ଯାଇଥିଲୁ। ଉଭୟ ଦଳ ଚଉକା ଓ ଛକା ମାରିଲେ ଆମେ ତାଳି ମାରୁଥିଲୁ। ସେମିତି କହିବାକୁ ଗଲେ ହୃଦୟରୁ, ଆମେ ଦୁହେଁ ଏମଏସ ଧୋନିଙ୍କ ପ୍ରଶଂସକ।

ତେବେ ଗତ କିଛି ମାସ ହେଲା ଶୁଭମନ ଗିଲ୍ ଓ ସାରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଏନେଇ ଦୁହେଁ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଅନେକ ଥର ଦୁହେଁ ଏକା ସାଙ୍ଗରେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର