ମୁମ୍ବାଇ: ଏହି ଫଟୋରେ ନଜର ଆସୁଥିବା ଅଭିନେତ୍ରୀ ଏବେ ସବୁଆଡେ ଚର୍ଚ୍ଚାରେ | କଳାକାରଙ୍କ ପରିବାରରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀ, ସହକାରୀ ନିର୍ଦ୍ଦେଶକ ଭାବେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ | ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନଙ୍କ ସହିତ କ୍ୟାମେରା ପଛରେ କାମ କରିବା ପରେ ଯେତେବେଳେ ସେ ପରଦାରେ ଦେଖାଦେଲେ, ସେତେବେଳେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଲା ନାହିଁ। ଫିଲ୍ମରେ ବିଫଳ ହେବା ପରେ ନିକଟରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ୱେବ୍ ସିରିଜ୍ 'ହୀରାମଣ୍ଡି'ରେ ସେ ନଜର ଆସିଥିଲେ। କିନ୍ତୁ ୱେବସିରିଜ୍ ହିଟ୍ ହୋଇଥିଲେ ବି ତାଙ୍କ ଅଭିନୟ କାହାକୁ ପସନ୍ଦ ଆସିନଥିଲା। ଏଥିରୁ ଅଭିନେତ୍ରୀଜଣକ କିଏ ଆପଣ ଜାଣିସାରିବେଣି। ଆଜ୍ଞା ହଁ, ଅଭିନେତ୍ରୀଜଣକ ହେଲେ ଶର୍ମିନ ସେହଗଲ।
ଶର୍ମିନ ଫିଲ୍ମ ଏକଜିକ୍ୟୁଟିଭ ଦୀପକ ସେହଗଲ ଏବଂ ଫିଲ୍ମ ଏଡିଟର ବେଲା ସେହଗଲଙ୍କ ଝିଅ। ଶର୍ମିନ ସେହଗଲଙ୍କ ମା’ ହେଉଛନ୍ତି ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସାନ ଭଉଣୀ। ଶର୍ମିନଙ୍କ ଜେଜେବାପା ମୋହନ ସେହଗଲ ମଧ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବରେ ୪୦ବର୍ଷର କ୍ୟାରିୟର କରିଥିଲେ। ସେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଳିନୀ, ରେଖା, ଅଶୋକ କୁମାର, ବୈଜନ୍ତୀ ମାଲା, ଶଶି କପୁର ଏବଂ ମନୋଜ କୁମାରଙ୍କ ଭଳି ପ୍ରମୁଖ ତାରକାଙ୍କ ସହ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ତେବେ ବଲିଉଡ ସହ ଗଭୀର ସମ୍ପର୍କ ଥିବା ପରିବାରରେ ଜନ୍ମ ହୋଇ ବି ଶର୍ମିନ ନିଜର ଦକ୍ଷତା ପ୍ରମାଣ କରିପାରିନାହାନ୍ତି। ଏହା ସତ୍ତ୍ବେ ବି ସେ ୫୩,୮୦୦କୋଟିର ମାଲିକାଣୀ ହୋଇପାରିଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ଶର୍ମିନ ସେହଗଲ ନଭେମ୍ବର ୨୦୨୩ରେ ବ୍ୟବସାୟୀ ଅମନ ମେହେତାଙ୍କୁ ବିବାହ କରିଥିଲେ, ଯିଏ ମୋଟ ୫୩,୮୦୦ କୋଟି ଟଙ୍କାର ମାଲିକ ଅଟନ୍ତି। ସେ ଟୋରେଣ୍ଟ ଗ୍ରୁପର ଏକ ବିଭାଗ ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ | ଅମନ କୋଟିପତି ବ୍ୟବସାୟ ଟାଇକନ୍ ସମୀର ମେହେତାଙ୍କ ପୁତ୍ର | ସେ, ତାଙ୍କ ଭାଇ ସୁଧୀର ମେହେତାଙ୍କ ସହ ବ୍ୟବସାୟ ସମ୍ଭାଳୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/FAowHMPNGHnq9Z1EXYHv.jpg)