ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ଥଲପତି ବିଜୟ ନିଜର ଆଗାମୀ ଫିଲ୍ମ 'ଗୋଟ: ଗ୍ରେଟେଷ୍ଟ ଅଫ୍ ଅଲ ଟାଇମ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେପ୍ଟେମ୍ବର ୫ରେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଥିବାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଛନ୍ତି । ରିଲିଜ୍ ପୂର୍ବରୁ ଏବେ କଳାକାର ଫିଲ୍ମର ପ୍ରଚାରରେ ବ୍ୟସ୍ତ ଥିବା ଦେଖାଯାଇଛି।

Advertisment

ତେବେ ଆପଣ ଜାଣନ୍ତି କି ଏହି ଫିଲ୍ମ ପାଇଁ ବିଜୟ ନିର୍ମାତାଙ୍କ ପ୍ରଥମ ପସନ୍ଦ ନଥିଲେ। ନିର୍ମାତା ସୁପରଷ୍ଟାର ରଜନୀକାନ୍ତ ଓ ଧନୁଷଙ୍କୁ ନେଇ ଫିଲ୍ମ କରିବାକୁ ଚାହୁଥିଲେ। ରଜନୀକାନ୍ତ ବାପାଙ୍କ ଚରିତ୍ରରେ ନଜର ଆସିବା ସହ ଧନୁଷ ପୁଅ ଚରିତ୍ରରେ ନଜର ଆସିଥାନ୍ତେ। ହେଲେ ପରେ ନିର୍ମାତା ନିଷ୍ପତ୍ତି ବଦଳାଇ ବିଜୟଙ୍କୁ କାଷ୍ଟ କରିବାକୁ ଚିନ୍ତା କରିଥିଲେ। 

ଫିଲ୍ମରେ ବିଜୟ ଉଭୟ ଗାନ୍ଧୀ ଓ ଗାନ୍ଧୀଙ୍କ ପୁଅ ଜୀବନଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ସୋ’ କର୍ଣ୍ଣାଟକ ଏବଂ କେରଳରେ ଭୋର ୪ଟାରେ ରିଲିଜ୍ ହେବାକୁ ଯାଉଛି। ଏହା ସହ ତାମିଲନାଡୁରେ ଫିଲ୍ମର ପ୍ରଥମ ସୋ’ ସକାଳ ୯ଟାରେ ରିଲିଜ୍ ହେବ।