ନାନାଙ୍କ ପରେ ଏବେ ବିଗ୍‌ ବିଙ୍କ ନାମରେ ଯୌନ ଶୋଷଣ ନେଇ ଚର୍ଚ୍ଚା,ଏଭଳି ମିଥ୍ୟା ପ୍ରଚାର ବନ୍ଦ କରିବା ପାଇଁ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ : ବଲିଉଡ୍‌ର ଅସଲ ମୁଖା ସମସ୍ତଙ୍କ ସାମ୍ନାକୁ ଆଣିବା ସହ ଭାଗ ଭାଗ କରି ରଖି ଦେଇଛି #ମି ଠୁ ଅଭିଯାନ । ସମସ୍ତଙ୍କ ଆଖିରେ ନିଜର ଏକ ଭିନ୍ନ ଏବଂ ଉଚ୍ଚକୋଟିର ଭାବମୂର୍ତ୍ତି ତିଆରି କରିଥିବା କଳାକାରମାନଙ୍କ ଅସଲ ଚେହେରା ଏବେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ନାନା ପାଟେକରଙ୍କ ଭଳି ଜଣେ ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ତନୁଶ୍ରୀଙ୍କ ସହ କରିଥିବା କାମକୁ କେହି ବିଶ୍ୱାସ କରି ପାରୁ ନ ଥିବା ବେଳେ ଏବେ ବଲିଉଡ୍‌ର ଶେହ୍‌ନଶାହା ଅମିତାଭ ବଚ୍ଚନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୧ରେ ଅଭିନେତ୍ରୀ  ସୟାଲି ଭଗତଙ୍କୁ ଏକ ଇଭେଣ୍ଟରେ ବିଗ୍‌ ବି ଅମିତାଭ ବଚ୍ଚନ ଆଶାଳୀନ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା, ଯାହାର ନିଆଁ ଏବେ କୁହୁଳିବାରେ ଲାଗିଛି ।

jansatta.com

୨୦୧୧ର ଘଟଣାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ କିଛି ଲୋକ ଅମିତାଭ ବଚ୍ଚନଙ୍କୁ ଯୌନ ଶୋଷଣର ଅଭିଯୁକ୍ତ ବୋଲି କହିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡ଼ିଆରେ ଏଭଳି ଚର୍ଚ୍ଚା ହେଉଥିବା ଦେଖି ନିଜର ପ୍ରତିକ୍ରିୟା ରଖିଛନ୍ତି ସୟାଲି । ଏକ ସାକ୍ଷାତକାରରେ ସେ ଯୌନ ଶୋଷଣର ପୀଡ଼ିତା ନୁହନ୍ତି ବୋଲି କହିଛନ୍ତି । ମୁଁ ସାଇବର କ୍ରାଇମର ଶିକାର ହୋଇଥିଲି । କିନ୍ତୁ ମୋ ସହ କେହି ଯୌନ ଶୋଷଣ କରି ନାହାନ୍ତି । ଏଭଳି ମିଥ୍ୟା ପ୍ରଚାର କରିବା ବନ୍ଦ କରନ୍ତୁ । ୨୦୧୧ରେ ଘଟିଥିବା ଘଟଣା ସାଇବର କ୍ରାଇମ ସହ ଜଡ଼ିତ ଥିଲା । ଦୟା କରି ଅମିତାଭ ବଚ୍ଚନଙ୍କ ଭଳି ଲିଜେଣ୍ଡଙ୍କୁ ଅପମାନିତ କରନ୍ତୁ ନାହିଁ ବୋଲି ସୟାଲି କହିଛନ୍ତି ।

ସମ୍ବନ୍ଧିତ ଖବର