ଏଣିକି କପିଲ ଶର୍ମାଙ୍କ ବାବଦରେ ପାଠ ପଢିବେ ଚତୁର୍ଥ ଶ୍ରେଣୀ ପିଲା

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ, ସାହସିକ କାହାଣୀ ସହ ଏଣିକି ପିଲାମାନେ କମେଡି କିଙ୍ଗ କପିଲ ଶର୍ମାଙ୍କ ବାବଦରେ ପଢିବାକୁ ପାଇବେ | କାରଣ ଚତୁର୍ଥ ଶ୍ରେଣୀର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ କପିଲ ଶର୍ମାଙ୍କ ବାବଦରେ ଉଲ୍ଲେଖ କରାଯାଇଛି | ନିଜେ କପିଲ ଏ ବାବଦରେ ଖୁଲାସା କରିଛନ୍ତି | କପିଲ ନିଜ ଇନ୍ସଟାଗ୍ରାମ ପୋଷ୍ଟରେ ସେୟାର କରିଥିବା ଫଟୋରୁ ଜଣାପଡୁଛି ଯେ କପିଲଙ୍କ ବାବଦରେ ଲେଖାଯାଇଥିବା ଆଲେଖ୍ୟର ଶୀର୍ଷକ ଦି କମେଡି କିଙ୍ଗ କପିଲ ଶର୍ମା ରହିଛି |

କପିଲଙ୍କ ପିଲାଦିନର କାହାଣୀ ସହ ତାଙ୍କ ସଂଘର୍ଷମୟ ଯାତ୍ରା ବାବଦରେ ଉଲ୍ଲେଖ କରାଯାଇଛି | କପିଳଙ୍କ ସହ ନବଜ୍ୟୋତ୍ ସିଂହ ସିଧୁ ଓ ତାଙ୍କର ଏକ ଫିଲ୍ମ କିସ କିସ କୋ ପ୍ୟାରା କରୁଁ ର ଫଟୋ ବି ଦେଖିବାକୁ ମିଳିଛି | ସୂଚନା ଥାଉ କି କପିଲ ତାଙ୍କ ଜୀବନରେ କଠିନ ପରିଶ୍ରମ କରିଛନ୍ତି | ପିତାଙ୍କ ମୃତ୍ୟୁ ପରେ ବହୁତ କଷ୍ଟରେ ସେ ଜୀବନ ଜିଇଁଛନ୍ତି | ସେ ଏହି କଥା ପୂର୍ବରୁ ଅନେକ ଥର ଉଲ୍ଲେଖ କରିଛନ୍ତି। ଟିଭିରେ ବହୁ ସଂଘର୍ଷ ପରେ ସେ ସୁନାମ ଅର୍ଜନ କରିଥିଲେ ଏବଂ ଷ୍ଟାଣ୍ଡ ଅପ୍ କମେଡିରୁ ତାଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା |

କପିଲ ଦୁନିଆର ପ୍ରାୟ ସବୁ ବଡ ସହରରେ ନିଜର ସୋ କରିଛନ୍ତି, ଯେଉଁଥିପାଇଁ ସେ ବହୁତ ଚାର୍ଜ ମଧ୍ୟ ନିଅନ୍ତି | ଆଜି ବଲିଉଡର ସେଲିବ୍ରିଟିମାନେ ତାଙ୍କ ଶୋ’କୁ ଯାଇ ସେମାନଙ୍କ ଚଳଚ୍ଚିତ୍ରର ପ୍ରମୋସନ କରନ୍ତି | କପିଲ ଶର୍ମାଙ୍କ ପ୍ରସିଦ୍ଧ ଟିଭି ସୋ ‘ଦି କପିଲ ଶର୍ମା ସୋ’ ଚଳିତ ବର୍ଷ ଫେବୃଆରୀରୁ ବନ୍ଦ ହୋଇଯାଇଥିଲା। ଶୋ ବନ୍ଦ ହେବା ପରେ ଦର୍ଶକ ଏବଂ ପ୍ରଶଂସକମାନେ ନିରାଶ ହୋଇଥିଲେ | ଆସନ୍ତା ମାସରୁ ଏହି ଶୋ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର