ବଡ଼ ହେଇଗଲେଣି ‘ହମ୍‌ ସାଥ୍‌ ସାଥ୍‌ ହୈ’ରେ ନଜର ଆସିଥିବା ସଲ୍‌ମାନଙ୍କ ଭାଣିଜୀ ଜୋୟା, ଏବେ ଏପରି ଦିଶୁଛନ୍ତି

ନୂଆଦିଲ୍ଲୀ: ‘ହମ୍‌ ସାଥ୍‌ ସାଥ୍‌ ହୈ’ରେ ଅଭିନେତା ସଲ୍‌ମାନ ଖାନ୍‌ଙ୍କ ଭାଣିଜୀ, ଅର୍ଥାତ ଅଭିନେତ୍ରୀ ନିଲମଙ୍କ ଝିଅ ଭୂମିକା ନିଭାଇଥିବା କୁନି ଝିଅକୁ ଆପଣ ମନେ ରଖିଛନ୍ତି? ସେ କୁନି ଝିଅ ଆଜି ବଡ଼ ହୋଇ ଖୁବ୍ ସୁନ୍ଦର ହୋଇ ଯାଇଛନ୍ତି। ତାଙ୍କ ଫଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି କୁନି ଝିଅ ଆଜି ମେଡଲିଂ ଦୁନିଆର ଜଣେ ଜଣାଶୁଣା ‌ଚେହେରା। ୨୮ ବର୍ଷୀୟ ଜୋୟା ଅଫ୍‌ରୋଜଙ୍କ ଲୁକ୍‌ ଏବେ ବେଶ୍‌ ଗ୍ଲାମରସ୍‌ ‌ହୋଇଯାଇଛି।

ମଡେଲିଂ ଦୁନିଆରେ ସକ୍ରିୟ ଥିବା ଜୋୟା ୨୦୨୧ ମସିହାରେ ମିସ୍‌ ଇଣ୍ଡିଆ ଇଣ୍ଟର୍‌ନେସ୍‌ନାଲ୍‌ ମୁକୁଟ ଜିତିଛନ୍ତି। ଲ‌କ୍ଷ୍ନୌରେ ରହୁଥିବା ଜୋୟା ନିଜର କଲେଜ ଜୀବନ ସମାପ୍ତ କରିବା ପରେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ। ଆଜି ସେ ଜଣେ ଜଣାଶୁଣା ମଡେଲ୍‌।

 

 

View this post on Instagram

 

A post shared by Zoya Afroz (@zoyaafroz)

ସେ ଶିଶୁ କଳାକାର ଭାବେ ‘କହୋନା ପ୍ୟାର୍‌ ହୈ’, ‘ମନ୍‌’, ‘କୁଛ୍‌ ନା କହୋ’ ପରି ଫିଲ୍ମରେ ଅଭିନୟ କରିଛନ୍ତି। ଏହା ଛଡ଼ା ସେ ଟିଭିର କିଛି ଧାରାବାହିକରେ ବି ଅଭିନୟ କରିଛନ୍ତି। ଟିଭି ଧାରାବାହିକ ‘କୋରା କାଗଜ’, ‘ଜୟ ମାତାଦୀ’, ‘ହମ୍‌ ସାତ୍‌-ଆଠ୍‌ ହୈ’ ଏବଂ ‘ସୋନ୍‌ପରୀ’ ଆଦିରେ ବି ଶିଶୁ କଳାକାର ଭାବେ ନଜର ଆସିଥିଲେ।

ଜଣେ ଯୁବ କଳାକାର ଭାବେ ସେ ନିକଟରେ ୱେବ୍‌ ସିରିଜ୍‌ ‘ମତ୍ସ୍ୟ କାଣ୍ଡ’ରେ ଅଭିନୟ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଅନେକ ବାର ଶିଶୁ କଳାକାର ହୋଇ ନିଜକୁ ସଫଳ କଳାକାରର ପରିଚୟ‌ ଦେଇଥିବା ଜୋୟା ଜଣେ ଯୁବ କଳାକାର ଭାବେ ଲୋକପ୍ରିୟ ହୋଇ ପାରୁଛନ୍ତି କି ନାହିଁ।

ସମ୍ବନ୍ଧିତ ଖବର