ମୁମ୍ବାଇ: ବଲିଉଡ଼ରେ ଅଭିନେତା ସୁଶାନ୍ତ ସିଂହ ରାଜ୍ପୁତ୍ ଓ ଅଭିନେତ୍ରୀ କ୍ରିତି ସାନନ୍ଙ୍କ ଆଫେଆର୍ ବେଶ୍ ଚର୍ଚ୍ଚାରେ ରହିଛି। ଯଦିଓ ସେ ଦୁହେଁ ଏଯାବତ୍ ଏ ବିଷୟରେ ଖୋଲାଖୋଲି ଭାବେ କିଛି କହି ନାହାନ୍ତି କି ପ୍ରେମ ସଂପର୍କକୁ ସ୍ୱୀକାର କରି ନାହାନ୍ତି,ତଥାପି ଦୁହେଁ ଲଭ୍ ବାର୍ଡ଼ସ୍ ଭାବେ ବେଶ୍ ପରିଚିତ।
ଏବେ ଆଉ ଚମକପ୍ରଦ ଖବର ମିଳିଛି, ତାହା ହେଲା ଯେ, କ୍ରିତିଙ୍କ ସାନ ଭଉଣୀ ନୁପୁର ସାନନ୍ ବଲିଉଡ଼୍ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି। ସେ ଯେଉଁ ଫିଲ୍ମ ଜରିଆରେ ଅଭିନୟ କ୍ଷେତ୍ରକୁ ଆସୁଛନ୍ତି ତାହା ‘ଦ ଫଲ୍ଟ ଇନ୍ ଆଓ୍ଵାର ଷ୍ଟାର୍ସ’ର ରିମେକ୍।ଏହି ଫିଲ୍ମରେ ନୁପୁର ନିଜ ବଡ଼ ଭଉଣୀ କ୍ରିତିଙ୍କ ବୟଫ୍ରେଣ୍ଡ୍ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନାୟିକା ସାଜିବେ।
ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଫିଲ୍ମରେ ପ୍ରଥମେ ନାୟକ ଭୂମିକାରେ ଆଦିତ୍ୟ ରାୟ କପୁରଙ୍କୁ ନିଆଯିବାର ଥିଲା,ହେଲେ ନିର୍ମାତା ଶେଷରେ ଆଦିତ୍ୟଙ୍କ ବଦଳରେ ସୁଶାନ୍ତଙ୍କୁ ନେବାର ନିଷ୍ପତ୍ତି ନେଇଥିଲେ। ନୁପୁର ତାଙ୍କର ବଲିଉଡ଼୍ ଡ଼େବ୍ୟୁକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।ନୁପୁର ପ୍ରକୃତରେ ଜଣେ ଗାୟିକା।ନୁପୁର ସଂପ୍ରତି ଏସ୍ଟିଭି ସ୍ପିଟ୍ ଜବିଲା-୮’ଫେମ୍ ଟିଭି ଆକ୍ଟର ଜାନ୍ ଖାନ୍ଙ୍କୁ ଡ଼େଟ୍ କରୁଛନ୍ତି। ତା’ପୂର୍ବରୁ ସେ ପ୍ରଖ୍ୟାତ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବଙ୍କ ସହିତ ରିଲେସନ୍ରେ ଥିଲେ। ନୁପୁର ସେହି ସମୟରେ ଚର୍ଚ୍ଚିତା ହୋଇଥିଲେ। ନୁପୁର ସାନନ୍ଙ୍କ ଇନ୍ଷ୍ଟାଗ୍ରାମରେ ଶାହରୁଖ୍ ଖାନ୍ ଓ ବରୁଣ୍ ଧଓ୍ଵନ୍ଙ୍କ ସମେତ ଅନ୍ୟ କେତେକ ନାମୀ ବଲିଉଡ଼୍ ସେଲିବ୍ରେଟିଙ୍କ ସହିତ ଉଠାଯାଇଥିବା ଫଟୋ ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2018/02/Kriti-Sanon-starsunfolded-300x278.jpg)
ତେବେ ନିଜ ବୟଫ୍ରେଣ୍ଡ୍ଙ୍କ ସହିତ ସାନଭଉଣୀଙ୍କର ଅନ୍ସ୍କ୍ରିନ୍ ରୋମାନ୍ସ ସଂପର୍କରେ ଏଯାବତ୍ କିଛି କହି ନାହାନ୍ତି ବଡ଼ ଭଉଣୀ କ୍ରିତି ସାନନ୍।