ମୁମ୍ବାଇ: ନିକଟ ଅତୀତରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଶାଶୁଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ସୋନମ କପୁର ଓ ଅନନ୍ଦ ଆହୁଜାଙ୍କ ଦିଲ୍ଲୀରେ ଥିବା ଘରୁ ୨.୪କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ ସୋନମଙ୍କ ମ୍ୟାନେଜର। ଏନେଇ ତଦନ୍ତ କରାଯାଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ସୋନମଙ୍କ ଘରେ କାମ କରୁଥିବା ନର୍ସ ନିଜ ସ୍ବାମୀଙ୍କ ସହ ମିଶି ୨.୪କୋଟିର ସୁନାଗହଣା ଓ ଟଙ୍କା ଚୋରି କରିଥିବା କହିଛି ପୁଲିସ। ଏବେ ଦୁହିଁଙ୍କୁ ପୁଲିସ ଗିରଫ କରିଛି।
ସୂଚନା ମୁତାବକ, ସୋନମଙ୍କ ଶାଶୁଙ୍କ ଦେଖାଶୁଣା ପାଇଁ ଅଭିଯୁକ୍ତ ଅପର୍ଣ୍ଣା ରୁଥ୍ ୱିଲସନଙ୍କୁ ରଖାଯାଇଥିଲା। ଫେବ୍ରୁଆରି ୧୧ରେ ଅପର୍ଣ୍ଣା ସୋନମଙ୍କ ଶାଶୁଙ୍କ ବ୍ୟାଗରେ ଥିବା ସୁନା ଗହଣା ଚୋରି କରିଥିବା ବେଳେ ଫେବ୍ରୁଆରି ୨୩ରେ ଏନେଇ ଅଭିଯୋଗ କରାଯାଇଥିଲା। ସୋନମଙ୍କ ମ୍ୟାନେଜର ତୁଗଲକ ରୋଡ ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ଫେବ୍ରୁଆରି ୨୨ ତାରିଖରେ ଆନନ୍ଦଙ୍କ ମାଆ ଶରଳା ଆହୁଜା ଅଳଙ୍କାର ଓ ଟଙ୍କା ଥିବା ତାଙ୍କ ବ୍ୟାଗ୍ ଚେକ୍ କରିବାରୁ ତାଙ୍କୁ ତାଙ୍କ ବ୍ୟାଗ୍ ଖାଲି ମିଳିଥିଲା। ସେହି ବ୍ୟାଗ୍ରେ୨.୪କୋଟି ଟଙ୍କାର ଅଳଙ୍କାର ଓ ଟଙ୍କା ଥିଲା। ବ୍ୟାଗ୍ଟିକୁ ସେ ପ୍ରାୟ ୨ ବର୍ଷ ପରେ ଦେଖିଥିଲେ। ବ୍ୟାଗ୍ ଦେଖିବା ପରେ ଚୋରି ହୋଇଥିବା ଜାଣି ପରଦିନ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏବେ ତଦନ୍ତ କରି ଅଭିଯୁକ୍ତ ଅପର୍ଣ୍ଣା ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିବା ଜଣାପଡ଼ିିଛି।