ଏଭଳି ଶୈଳୀରେ କାନ୍ସ ଫେଷ୍ଟିଭାଲରେ ପାଦ ରଖିଲେ ଅନୁଷ୍କା

ମୁମ୍ବାଇ: ଅନୁଷ୍କା ଶର୍ମା ୭୬ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ -୨୦୨୩ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏହି କ୍ରମରେ ଅନୁଷ୍କା କାନ୍ସ ଫେଷ୍ଟିଭାଲରେ ଡେବ୍ୟୁ କରି ତାଙ୍କ ଫ୍ୟାନ୍ସମାନଙ୍କ ଅପେକ୍ଷାରେ ଅନ୍ତ ଘଟାଇଛନ୍ତି।

ତେବେ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନେଇ ଅନୁଷ୍କାଙ୍କ କୌଣସି ଫଟୋ ସାମ୍ନାକୁ ଆସି ନଥିଲା। ନିକଟରେ ସେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋକୁ ଅନୁଷ୍କାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରିବା ସହିତ ନିଜନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିସହିତ ଏହି କାର୍ଯ୍ୟକ୍ରମର ଅନେକ ଫଟୋ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ବି ଆସିଛି।

 

 

View this post on Instagram

 

A post shared by AnushkaSharma1588 (@anushkasharma)

କାନ୍ସ ଫିଲ୍ମ ଫେଷ୍ଟିଭାଲ -୨୦୨୩ରେ ଅନୁଷ୍କା ଲରିଏଲ ରାଷ୍ଟ୍ରଦୂତ ଇଭା ଇଙ୍ଗୋରିଆ ଏବଂ ଆଣ୍ଡି ମ୍ୟାକଡୋୱେଲଙ୍କ ସହ ରେଡ କାର୍ପେଟରେ ଚାଲିଥିଲେ। ଭାଇରାଲ ହୋଇଥିବା ଭିଡିଓରେ ଅନୁଷ୍କା ସିଢ଼ିରୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ସେ ଏହି ସମୟରେ ପରିଧାନ କରିଥିବା ପୋଷାକ ଚର୍ଚ୍ଚାର ରହିଛି।

ଦର୍ଶକ ତାଙ୍କର ଗେଟଅପକୁ ବେଶ ପସନ୍ଦ କରିଛନ୍ତି। କିନ୍ତୁ ଏହି କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୩ରେ ଐଶ୍ବର୍ଯ୍ୟା ପିନ୍ଧିଥିବା ପୋଷାକୁ ନେଇ ଟ୍ରୋଲର ଶିକାର ହୋଇଥିଲେ। କିଛି ଲୋକେ ଅଭିନେତ୍ରୀଙ୍କୁ ଟ୍ରୋଲ କରି କହିଥିଲେ, ‘ଦେଖ ଜାଦୁର ମା’ ଆସିଗଲେ।’

ସମ୍ବନ୍ଧିତ ଖବର