ସେଲ୍‌ଫି ନେବା ବାହାନାରେ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଅସଦାଚରଣ କଲେ ପ୍ରଶଂସକ

ମୁମ୍ବାଇ : ‘ପ୍ୟାର୍‌ କା ପଞ୍ଚନାମା’, ‘ଆକାଶବାଣୀ’ ଏବଂ ‘ସୋନୁ କି ଟିଟୁ କି ସ୍ୱିଟ୍ଟୀ’ ଭଳି ଚଳଚ୍ଚିତ୍ରରେ କାମ କରି ସମସ୍ତଙ୍କ ମନରେ ଏକ ନିଆରା ସ୍ଥାନ ସୃଷ୍ଟି କରିଥିବା ନୁସ୍‌ରତ ଭାରୁଚା ଅସଦାଚରଣର ଶିକାର ହୋଇଥିବାର ଖବର ସାମ୍ନାକୁ ଆସିଛି । ପୁଣେକୁ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ତାଙ୍କ ସହ ଜଣେ ପ୍ରଶଂସକ ଫଟୋ ଉଠାଇବା ବାହାନାରେ ଅସଦାଚରଣ କରିଥିବା ସୂଚନା ମିଳିଛି ।

twitter.com

ଘଟଣା ମୁତାବକ,ପୁଣେକୁ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ପାଇ ଯାଇଥିବା ବେଳେ ସେଠାକୁ ନୁସ୍‌ରତଙ୍କୁ ଦେଖିବା ପାଇଁ ତାଙ୍କର ଅନେକ ପ୍ରଶଂସକ ପହଞ୍ଚିଥିଲେ । ସେମାନଙ୍କୁ ମଧ୍ୟରୁ ଜଣେ ନୁସ୍‌ରତଙ୍କ ସହ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ । ନୁସ୍‌ରତ ହଁ କରିବା ପରେ ପ୍ରଶଂସକ ଜଣଙ୍କ ତାଙ୍କ ପାଖକୁ ଆସି ଫଟୋ ଉଠାଇବା ଆରମ୍ଭ କରିଥିଲେ । ଧୀରେ ଧୀରେ ପ୍ରଶଂସକ ଜଣଙ୍କ ତାଙ୍କ ପାଖକୁ ଆସିବା ସହ ତାଙ୍କ ଅଣ୍ଟାକୁ ଛୁଇଁବା ଆରମ୍ଭ କରିଥିଲେ । ଏହା ଦେଖି ନୁସ୍‌ରତ ରାଗିଯିବା ସହ ଇଭେଣ୍ଟର କାର୍ଯ୍ୟକର୍ତ୍ତାମାନେ ଆସି ଅଭିଯୁକ୍ତ ପ୍ରଶଂସକଙ୍କୁ ସେଠାରୁ ବାହାର କରିଥିଲେ । ଏହି ମାମଲା ନେଇ ନୁସ୍‌ରତଙ୍କୁ ପଚରା ଯିବା ପରେ ‘ଏଭଳି ଘଟଣା ମୋ ସହ ପ୍ରଥମ ଥର ପାଇଁ ଘଟିଛି ବୋଲି କହିଥିଲେ । ଆଗରୁ ଅନେକ ଲୋକ ମୋ ସହ ସେଲ୍‌ଫି ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ଏଭଳି ବ୍ୟବହାର କେହି କରି ନଥିଲେ’ ବୋଲି ନୁସ୍‌ରତ କହିଛନ୍ତି ।

ସମ୍ବନ୍ଧିତ ଖବର