ମୁମ୍ବାଇ: 'ପ୍ୟାର୍ କା ପଞ୍ଚନାମା', 'ସୋନୁ କେ ଟିଟୁ କି ସ୍ବିଟ୍ଟି', 'ଡ୍ରିମ୍ ଗାର୍ଲ' ଏବଂ 'ଛୋରୀ' ଭଳି ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ନୁସ୍‌ରତ୍ ଭରୁଚା। ସେ ସବୁବେଳେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ରହନ୍ତି। ଭଲ ଅଭିନୟ ସତ୍ତ୍ବେ ଭଲ ଫିଲ୍ମର ଅଫର ଆସୁନଥିବା କହିଛନ୍ତି ନୁସ୍‌ରତ୍। ଏକ ସାକ୍ଷାତକାରରେ, ଅଭିନେତ୍ରୀ ଏହାର କାରଣ କହିଛନ୍ତି।

Advertisment

ସାକ୍ଷାତକାରରେ ନୁସରତ ଭରୁଚା ତାଙ୍କର ସଫଳ ଅଭିନୟ ଯାତ୍ରା ସତ୍ତ୍ୱେ ଭଲ ଭୂମିକା ନ ପାଇବାର ଦୁଃଖ ପ୍ରକାଶ କରିଛନ୍ତି। ନୁସରତ ପ୍ରୀୟାପ୍ରତି ତୋଷଣ(ନେପୋଟିଜିମ୍) ବିଷୟରେ କହିବାକୁ ଯାଇ ଏହା ସ୍ୱୀକାର କରିଛନ୍ତି ଯେ, ଷ୍ଟାର କିଡ୍ ପ୍ରାୟତଃ ସେହି ସ୍ଥାନରେ ପହଞ୍ଚନ୍ତି ଯେଉଁଠାରେ ସେ ପହଞ୍ଚି ପାରିବେ ନାହିଁ। ଷ୍ଟାର କିଡ୍ସଙ୍କ ପରି ତାଙ୍କୁ ବଲିଉଡରେ ଅଧିକ ସୁଯୋଗ ମିଳିନାହିଁ।

ନୁସରତ ୨୦୧୦ ମସିହାରେ ସୋନାକ୍ଷୀ ସିହ୍ନା ଏବଂ ଶ୍ରଦ୍ଧା କପୁରଙ୍କ ସହ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ନୁସରତଙ୍କୁ ଏହି ଦୁଇ ଅଭିନେତ୍ରୀଙ୍କ ତୁଳନାରେ ସେତେଟା ଖ୍ୟାତି ମିଳିନଥିଲା। ଏ ବିଷୟରେ ନୁସରତ କହିଛନ୍ତି ଯେ, "ଷ୍ଟାର କିଡ୍ସଙ୍କ ପାଖରେ ଭଲ ସୁବିଧା ଅଛି କାରଣ ସେମାନେ କିମ୍ବା ସେମାନଙ୍କ ପରିବାର ପୂର୍ବରୁ ଇଣ୍ଡଷ୍ଟ୍ରିର ଲୋକମାନଙ୍କୁ ଜାଣନ୍ତି। ସେମାନେ ସେହି ସ୍ଥାନକୁ ଯାଇପାରିବେ ଯେଉଁଠାକୁ ମୁଁ ଯାଇପାରିବି ନାହିଁ। ସେମାନେ ଏପରି ଲୋକଙ୍କ କବାଟ ବାଡାଇ ପାରିବେ ଯାହାର ଠିକଣା ମୁଁ ଜାଣି ବି ନଥିବି। ଯଦି ମୁଁ ଜଣେ ନିର୍ଦ୍ଦେଶକଙ୍କୁ ଭେଟିବାକୁ ଚାହେଁ, ତେବେ କିଏ ମୋତେ ତାଙ୍କ ନମ୍ବର ଦେବ? ମୁଁ କେଉଁଠାରୁ ଜଣେ ନିର୍ଦ୍ଦେଶକଙ୍କ ଠିକଣା ମାଗିବି? ଏହା ଏକ ବାସ୍ତବିକ ସମସ୍ୟା।"

ସେ ଆହୁରି କହିଛନ୍ତି, "ମୁଁ ସେମାନଙ୍କୁ 'ନେପୋ କିଡ୍‌ସ' ବୋଲି ଡାକିବାକୁ ପସନ୍ଦ କରେ ନାହିଁ କାରଣ ସେମାନଙ୍କର ନିଜସ୍ୱ ସଂଘର୍ଷ ଅଛି। କିନ୍ତୁ ହଁ, ସେମାନଙ୍କୁ ଯେଉଁସବୁ ସୁବିଧା ମିଳେ ତାହା ଆମକୁ ମ‌ିଳେ ନାହିଁ।"