ମୁମ୍ବାଇ: ଅଭିନେତ୍ରୀ ନୁସରତ ଭାରୁଚା ବର୍ତ୍ତମାନ ଫିଲ୍ମ 'ଛୋରୀ-୨'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଖବର ଆସୁଛି ଯେ ଅଭିନେତ୍ରୀ ସେଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଏବେ ତାଙ୍କ ମୁଣ୍ଡରେ ଷ୍ଟିଚ୍ ପଡିଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ନୁସରତଙ୍କ ବନ୍ଧୁଙ୍କ ଦ୍ୱାରା ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଡାକ୍ତର ନୁସରତଙ୍କ କପାଳରେ ଷ୍ଟିଚ୍ ପକାଉଥିବାର ନଜର ଆସିଛନ୍ତି।

Advertisment

Nushrratt Bharuccha Injured: सेट पर घायल हुईं नुसरत भरूचा के चेहरे पर लगे टांके, क्लिनिक से सामने आई तस्वीरें - nushrratt bharuccha meets accident at chhori 2 set share video from hospital - navbharattimes

ବେଡ୍ ଉପରେ ଶୋଇଥିବା ନୁସରତ ଯନ୍ତ୍ରଣାରେ କାନ୍ଦୁଥିବା ବେଳେ ତାଙ୍କ ବନ୍ଧୁ ତାଙ୍କ ମନୋବଳ ବଢ଼ାଉଥିବା ଦେଖାଯାଇଛି। ନୁସରତଙ୍କ ଭଲ ବନ୍ଧୁ ଇଶିତା ରାଜ୍ ତାଙ୍କ ସହ ରହିଥିବା ବେଳେ ନୁସରତ ଭିଡିଓରେ ଡରୁଥିବାର ଦେଖାଯାଇଛି। ତେବେ ସାମାନ୍ୟ ଆଘାତ ଲାଗିଥିବାରୁ ନୁସରତ ଏବେ ଠିକ ଥିବା କୁହାଯାଉଛି।

ନୁସରତଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ୨୦୦୬ରେ 'ଜୟ ସନ୍ତୋଷୀ ମା’' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ହେଲେ 'ଲଭ୍ ସେକ୍ସ ଔର ଧୋକା' ଓ 'ପ୍ୟାର୍ କା ପଞ୍ଚନାମା' ଫିଲ୍ମ ପରେ ନୁସରତଙ୍କୁ ଲୋକପ୍ରିୟତା ମିଳିଥିଲା। ଏବେ 'ଛୋରୀ ୨' ପାଇଁ ନୁସରତ ସୁଟିଂ କରୁଛନ୍ତି। ଏଥିରେ ସୋହା ଅଲି ଖାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ବିଶାଲ ଫୁରିଆ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଥିବା ବେଳେ ଏହି ଚଳଚ୍ଚିତ୍ର ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ଏହା ପୂର୍ବରୁ ଛୋରୀକୁ ଦର୍ଶକ ପସନ୍ଦ କରିଥିବା ବେଳେ ଏବେ ନିର୍ମାତା ଏହାର ଦ୍ବିତୀୟ ଭାଗ ଆଣୁଛନ୍ତି।